କମିଲା ସୁନା, ରୁପା ଦର
ରାଜ୍ୟରେ ସୁନା ଓ ରୁପା ଦରରେ ଆଜି (ଶୁକ୍ରବାର) ପୁଣି ବଡ଼ ଧରଣର ଫରକ ଦେଖାଦେଇଛି । ଜଣାପଡ଼ିଛି ଯେ ସୁନା ଓ ରୁପା ଦର ହ୍ରାସ ପାଇଛି ।
କଟକ ଓ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ଗ୍ରାମକୁ ୪୦୫୦ ଟଙ୍କା ହ୍ରାସ ପାଇ ୧,୪୪,୭୫୦ଟଙ୍କା ହୋଇଥିବାବେଳେ ୨୪ କ୍ୟାରେଟ ସୁନାର ୧୦ଗ୍ରାମ ଦାମ ୪୪୨୦ଟଙ୍କା ହ୍ରାସ ପାଇ ୧,୫୭,୯୧୦ଟଙ୍କା ହୋଇଛି ।
ରୁପା କିଲୋ ମଧ୍ୟ ୧୦ହଜାର ଟଙ୍କା ହ୍ରାସ ପାଇ ୩,୦୫,୦୦୦ ଟଙ୍କା ହୋଇଛି । ସମଗ୍ର ଦେଶରେ ଆଜି ସୁନା ଓ ରୁପା ଦର ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି ।