ଖସିଲା ସୁନା-ରୂପା ଦର
ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟା ମଧ୍ୟରେ ଗୁରୁବାର ସୁନା-ରୂପା ଦର ଶସ୍ତା ହୋଇଛି ।
ସହରରେ ସୁନା-ରୂପା ଦର ଯାହା ଥିଲା ଆଜି ତାହା ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି । ରାଜଧାନୀ ଭୁବନେଶ୍ୱର, କଟକରେ ୨୪ କ୍ୟାରେଟ୍ ସୁନା ୧୦ଗ୍ରାମ ପ୍ରତି ୨୭୮୦ଟଙ୍କା ହ୍ରାସ ପାଇ ୧ଲକ୍ଷ ୫୪ହଜାର ୬୪୦ଟଙ୍କା ହୋଇଛି । ଗତକାଲି ଦଳ ୧ଲକ୍ଷ ୫୭ହଜାର ୪୨୦ଟଙ୍କା ଥିଲା ।
ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨୫୫୦ଟଙ୍କା ହ୍ରାସ ପାଇ ୧ଲକ୍ଷ ୪୧ହଜାର ୭୫୦ଟଙ୍କା ହୋଇଛି । ଯାହାକି ଗତକାଲି ୧ଲକ୍ଷ ୪୪ହଜାର ୩୦୦ଟଙ୍କା ଥିଲା ।
ଅନ୍ୟପଟେ ରୂପା ଦର ମଧ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି । ଭୁବନେଶ୍ୱର ଓ କଟରେ ଆଜି ରୂପା ମୂଲ୍ୟ କିଲୋ ପ୍ରତି ୧୦ହଜାର ଟଙ୍କା ହ୍ରାସ ପାଇ ୨ଲକ୍ଷ ୬୫ହଜାର ଟଙ୍କା ରହିଛି ।
ଗତକାଲି ଦର ୨ଲକ୍ଷ ୭୫ହଜାର ଟଙ୍କା ରହିଥିଲା । ବାରମ୍ବାର ସୁନା ଓ ରୂପା ମୂଲ୍ୟରେ ପରିବର୍ତନ ହେଉଥିବାରୁ ସାଧାରଣ ଗ୍ରାହକ ଚିନ୍ତାରେ ପଡ଼ିଥିବା ପରିଲକ୍ଷିତ ହୋଇଛି ।