ବିରୋଧୀଙ୍କ ହଟଗୋଳରେ ଗୃହ ମୁଲତବୀ
ରାଜ୍ୟ ବିଧାନସଭାରେ ମଣ୍ଡିରେ ଚାଷୀଙ୍କ ଧାନ ନ ଉଠାଇବା, ରାଜ୍ୟସଭାରେ କ୍ରସ ଭୋଟିଂକୁ ନେଇ ବିରୋଧୀ ତୁମୁଳ ହଟଗୋଳ କରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ବିଧାନସଭା ଆରମ୍ଭ ହେବା ପର ଠାରୁ ବିରୋଧୀ ଉଭୟ ବିଜେଡି ଓ କଂଗ୍ରେସ ପୋଡିୟମ ନିକଟକୁ ଆସି ହୋହଲ୍ଲା କରିଥିଲେ ।
ସେମାନେ ସରକାରଙ୍କ ଠାରୁ କାହିଁକି ଏ ପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠାଯାଇ ନାହିଁ ବୋଲି ପଚାରିଥିଲେ ।
ଖାଲି ସେତିକି ନୁହେଁ ସରକାର ପୂର୍ବରୁ କଟନି ଛଟନି ବନ୍ଦ ରହିବ ବୋଲି କହିବା ସତ୍ୱେ କ’ଣ ପାଇଁ ସେମାନଙ୍କ ଠାରୁ ମଣ୍ଡିରେ ଗୋଟିଏ କ୍ୱିଂଟାଲରେ ୫ରୁ ୬ କିଲୋ ଧାନ କଟାଯାଉଛି ବୋଲି ବିଧାନସଭାରେ ଉଭୟ ବିଜେଡି ଓ କଂଗ୍ରେସ ତୁମ୍ବି ତୋଫାନ କରିଥିଲେ ।
ସେହିପରି ରାଜ୍ୟ ବିଜେପି ସରକାର ସମ୍ବିଧାନକ ପରିମ୍ପରାକୁ ଦଳିମକଚି ଗତ ୧୬ ତାରିଖରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଘୋଡ଼ବେପାର କରିଛନ୍ତି ।
ଫଳସ୍ୱରୂପ ଦଳୀୟ ହ୍ୱିପ ଜାରି ସତ୍ୱେ ଶାସକ ବିଜେପିର ଚାପରେ ଦଳୀୟ ବିଧାୟକମାନେ ବିଜେପି ପ୍ରାର୍ଥୀ ଓ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଜିତାଇଲେ ବୋଲି କହିଥିଲେ ।