ଦିନକରେ ସୁନା ୧୪ହଜାର, ରୁପା ୩୦ହଜାର ମହଙ୍ଗା
ବିିଦେଶ ମୁଦ୍ରା ସଂଚୟ କରିବା ଲାଗି ବର୍ଷକ ପର୍ଯ୍ୟନ୍ତ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେବାର କିଛି ଦିନ ପରେ କେନ୍ଦ୍ର ସରକାର ସୁନା ଓ ରୁପା ଉପରେ ଆମଦାନୀ ଶୁଳ୍କକୁ ଦୁଇଗୁଣାରୁ ଅଧିକ ବୃଦ୍ଧି କରିଥିବା ପରିଲକ୍ଷିତ ହୋଇଛି ।
ଯାହାଫଳରେ ସାଧାରଣ ଓ ମଧ୍ୟବିତ ପରିବାର ପୁଣି ଚିନ୍ତାରେ ପଡ଼ିଛନ୍ତି ।
ଆଗକୁ ପାର୍ବଣ ଋତୁ ଥିବାବେଳେ ସୁନା ଓ ରୁପା ମୂଲ୍ୟରେ ଏଭଳି ସ୍ଥିତିକୁ ନେଇ ସାଧାରଣଙ୍କ ଦୁଶ୍ଚିନ୍ତା ବଢ଼ିଥିବା ପରିଲକ୍ଷିତ ହୋଇଛି ।