ହିଂସାକାଣ୍ଡ ପରେ ଖାଁ ଖାଁ ଇନ୍ତାଲିଗୁଡ଼ା ଗାଁ
ଘଟଣା ରେଡଫ୍ଲାଗ କ୍ୟାଟେଗୋରୀ ଘୋଷଣା
ଗତ ଶନିବାର ରାୟଗଡ଼ରେ ଘଟିଥିବା ଭିଡ଼ ହିଂସାର ତଦନ୍ତ କରୁଛି ପୁଲିସ ।
ତେଣେ ଗିରଫଦାରୀ ଭୟରେ ପୂରା ଇନ୍ତାଲିଗୁଡ଼ା ଗାଁ ଏକରକମ ଜନଶୂନ୍ୟ ହୋଇଯାଇଥିବା ଭଳି ଲାଗୁଛି ।
ସମଗ୍ର ଇନ୍ତାଲିଗୁ୍ଡ଼ା ଗାଁ ପୁରୁଷଶୂନ୍ୟ ହୋଇଯାଇଥିବାବେଳେ ଗାଁଟି ଏବେ ଖାଁ ଖାଁ ଲାଗୁଛି ।
ଏହି ଘଟଣାକୁ ରେଡଫ୍ଲାଗ କ୍ୟାଟେଗୋରୀ ଘୋଷଣା ପରେ ଲୋକଙ୍କୁ ଗିରଫଦାରୀର ଭୟ ଘାରିଛି ।
ଏଣୁ ସେମାନେ ଘରଦ୍ୱାର ଛାଡ଼ି ଆଖପାଖ ଜଙ୍ଗଲରେ ଯାଇ ଆତ୍ମଗୋପନ କରିଛନ୍ତି । ବର୍ତମାନ ସୁଦ୍ଧା ପୁଲିସ ଏହି ଭିଡ଼ ହିଂସା ଘଟଣାରେ ୨୦ ଜଣଙ୍କୁ ଗିରଫ କରିସାରିଲାଣି ।
ସୂଚନାଥାଉ କି, ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଇନ୍ତାଲିଗୁଡ଼ା ଗ୍ରାମରେ ବାହାରୁ ଆସିଥିବା ଜଣେ ଆଦିବାସୀ ଯୁବତୀ ଓ ଯୁବକଙ୍କୁ ସେଠାକାର କିଛି ସ୍ଥାନୀୟ ଲୋକେ ସଙ୍ଘବଦ୍ଧ ଭାବେ ଆକ୍ରମଣ କରି ଗୁରୁତର କରିଦେଇଥିଲେ ।
ଯାହା ସମଗ୍ର ରାଜ୍ୟ ତଥା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି ।
ଏଣୁ ପୁଲିସ ଏହାକୁ ଗୁରୁତର ସହ ନେଇ ଦୋଷୀଙ୍କ ଗିରଫଦାରୀ ପାଇଁ ତତ୍ପରତା ଦର୍ଶାଇଛି ।