ବିଜୁ ଲିଗାସୀ କାହାର ଜାଗିରଦାରୀ କି : ସୌମ୍ୟ
୧୭ ତାରିଖ ବିଜୁ ଶ୍ରାଦ୍ଧ ଦିବସରେ ଗଠନ ହେବ ଓଡ଼ିଶା ନାଗରିକ ମଂଚ
ବିଜୁ ବାବୁ ସାରା ଓଡ଼ିଶାର ଥିଲେ ।
ଆସନ୍ତା ୧୭ ତାରିଖରେ ଓଡ଼ିଶାକୁ ଭଲ ପାଉଥିବା କିଛି ବ୍ୟକ୍ତି ଓଡ଼ିଶା ନାଗରିକ ମଂଚ ଗଠନ କରିବାକୁ ନିଷ୍ପତି ନେଇଛୁ ।
ଆସନ୍ତା ୧୭ ତାରିଖରେ ଏକାଠି ହେବେ ବିଜୁ ପ୍ରେମୀ । ଏହି ଦିନ ଗଠିତ ହେବ ଓଡ଼ିଶା ନାଗରିକ ମଂଚ ବୋଲି ସୂଚନା ଦେଇଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ।
ଏଥିରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର, ରବି ପଟ୍ଟନାୟକଙ୍କ ଭଳି ଅନେକ ନେତା ସମ୍ମିଳନୀ ସ୍ଥାନକୁ ଆଜି ପରିଦର୍ଶନ କରିଛନ୍ତି ।
ଆଜି ଏହି ଅବସରରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦେ୍ଦଶ୍ୟରେ ବିଜୁ ଲିଗାସୀ କାହାର ଜାଗିରଦାରୀ କି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ।
ଏଥିସହ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି ପଚାରିଛନ୍ତି ଯେ, କ’ଣ କେବଳ ପୁଅମାନେ ଲିଗାସୀ ନେବେ, ଆଉ କେହି ହୋଇପାରିବେ ନାର୍ହି?
ସେହିଭଳି ସେ କହିଛନ୍ତି ଯେ, ଆମେ କାହିଁ ବିଜୁ ଲିଗାସୀକୁ ଚୋରି କରିବାକୁ ଉଦ୍ୟମ କରିବୁ? ବରଂ ବିଜୁଙ୍କୁ ନେଇ ଯେଉଁମାନେ ରାଜନୀତି କରିବାକୁ ଚାହୁଁଛନ୍ତି ସେମାନେ ଦୂରେଇ ରୁହନ୍ତୁ ।