ଜେଇଇ (ମେନ) ସେସନ-୨ ରେଜଲ୍ଟ ପ୍ରକାଶ
୧୩ ନଂ ରାଙ୍କ ରେ ଓଡ଼ିଶାର ଭବେଶ
ଜେଇଇ (ମେନ) ସେସନ-୨ର ରେଜଲ୍ଟ ପ୍ରକାଶ ପାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ରେଜଲ୍ଟ ପ୍ରକାଶ ପାଇଛି । ୧୧ ଲକ୍ଷରୁ ଅଧିକ ପିଲା ଏହି ପରୀକ୍ଷା ଦେଇଥିଲେ । ଏହି ଜାତୀୟସ୍ତରୀୟ ପରୀକ୍ଷାରେ ୨୬ ଜଣ ପରୀକ୍ଷାର୍ଥୀ ଶତପ୍ରତିଶତ ମାର୍କ ରଖିଥିବାବେଳେ ୧୩ ନଂ ରାଙ୍କରେ ରହିଛନ୍ତି ଓଡ଼ିଶାର ଭବେଶ ପାତ୍ର । ଆସନ୍ତା ମଇ ୧୭ ତାରିଖରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା ।