ରାଉରକେଲା ରାଜନୀତିକୁ ନେଇ ଜୁଏଲଙ୍କ ଖୋଲା ଚାଲେଞ୍ଜ
‘ମୋତେ ଅପଦସ୍ତ କଲେ ଜାଳି ଦେବି’
ଋାଉରକେଲାରେ କିଛି ଲୋକେ ମୋତେ ବଦନାମ କରିବାକୁ ଅପଚେଷ୍ଟା କରୁଛନ୍ତି ।
କିଛି ଲୋକ ଟଙ୍କା ଖର୍ଚ୍ଚ କରି ବଦନାମ କରିବାକୁ ଲାଗି ପଡ଼ିଛନ୍ତି ।
ହେଲେ ମୋତେ ଅବଦସ୍ତ କଲେ ଜାଳି ଶେଷ କରିଦେବି ।
ଭାବୁଛନ୍ତି ଜୁଏଲ ଓରାମ ଡ୍ରପ ହୋଇଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ; କିନ୍ତୁ ଏହି ପାର୍ଟିକୁ ମୁଁ ରକ୍ତ ମାଂସ ଦେଇ ଗଢ଼ି, ଦଳ ମୋତେ ଚିହ୍ନିଛି ।
ଦଳ ମୋତେ ଯେତିକି ସ୍ଥାନ ଦେଇଛି ତାହା ମୋ ପାଇଁ ଯଥେଷ୍ଟ ।
ପୂର୍ବରୁ ନିର୍ବାଚନ ଲଢ଼ିବିନି ବୋଲି କହିଥିଲି । ହେଲେ ଏବେ କହୁଛି ଆଉଥରେ ନିର୍ବାଚନ ଲଢ଼ିବି ।
ମୁଁ ଦେଖିବି ମୋ ବିରୋଧରେ କିଏ କାମ କରୁଛି । ତା’ର ଅବସ୍ଥା କ’ଣ ହେବ ତାହା ଆଗକୁ ସମସ୍ତେ ଦେଖିବେ ।
ଏଭଳି କହି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ।








