ବିଜେପିରେ ମିଶିଲେ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷ
କେନ୍ଦୁଝରଗଡ଼ରେ ବିଜେପିର ଶକ୍ତି ବୃଦ୍ଧି ପାଇଛି ।
କାରଣ ଆଜି ବିଜେପିରେ ମିଶିଛନ୍ତି କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ ।
ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦୁଝରଗଡ଼ ବିଜେପି ପୌରାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ ପଦ୍ମ ଧରିଛନ୍ତି ।
ତାଙ୍କୁ ଦଳୀୟ ଟୋପି, ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ୱାଗତ କରିଛନ୍ତି ।
ବରଦାଙ୍କ ସହିତ ଆଉ ୮ ଜଣ କାଉନସିଲର ମଧ୍ୟ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଫଳରେ କେନ୍ଦୁଝରଗଡ଼ରେ ବିଜେପି ତା’ର ଶକ୍ତି ବୃଦ୍ଧି କରିପାରିଛି ।