କେଦାରନାଥରେ ଭୂସ୍ଖଳନ
୧୦,୪୫୦ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର
ଉତରାଖଣ୍ଡ କେଦାରନାଥ ଯାତ୍ରା ଉତ୍ସାହର ସହିତ ଜାରି ରହିଛି । ଲକ୍ଷଲକ୍ଷ ଶ୍ରଦ୍ଧାଳୁ କେଦାରନାଥଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି । ସେମାନଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଉଛି ।
ଏହି ସମୟରେ କେଦାରନାଥ ରୁଟରେ ଭରବଳନ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ରୁଦ୍ରପ୍ରୟାଗରେ ଭୂସ୍ଖଳନ ଯୋଗୁଁ କେଦାରନାଥ ଯାତ୍ରା ରୁଟ ବାଧାପ୍ରାପ୍ତ ହୋଇଥିଲା । ଏହି ସମୟରେ ଏସଡିଆରଏଫ୍ ପକ୍ଷରୁ ୧୦,୪୫୦ଜଣ ଶ୍ରଦ୍ଧାଳୁଙ୍କୁ ରାତି ଅନ୍ଧାରରେ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ପ୍ରଶାସନ ପକ୍ଷରୁ ରାତିସାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।
ରିପୋର୍ଟ ଅନୁସାରେ ବିଳମ୍ବିତ ରାତ୍ରିରେ କେଦାରନାଥ ଯାତ୍ରା ମାର୍ଗରେ ସୋନପ୍ରୟାଗ ଏବଂ ଗୌରୀକୁଣ୍ଡ ମଧ୍ୟରେ ମୁଙ୍କାଟିଆ ଅଂଚଳରେ ହଠାତ ଭୂସ୍ଖଳନ ଘଟି ମୁଖ୍ୟ ରାସ୍ତା ଅବରୋଧ ହୋଇଥିଲା । ଅବରୋଧ ଯୋଗୁଁ ବହୁ ସଂଖ୍ୟକ ତୀର୍ଥଯାତ୍ରୀ ଫସି ରହିଥିଲେ । ରାତି ଅନ୍ଧାର, ଖରାପ ପାଗ, ପାହାଡ଼ିଆ ଅଂଚଳରୁ ଲଗାତର ଖସି ପଡ଼ୁଥିବା ମାଟି ଅତଡ଼ାର ଅଭଗ୍ନାବଶେଷ ଏବଂ ତୀର୍ଥଯାତ୍ରୀଙ୍କ ଭିଡ଼ ପରିସ୍ଥିତିକୁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ କରିଥିଲା । ଡିସିଆର ରୁଦ୍ରପ୍ରୟାଗଦ୍ୱାରା ଭୂସ୍ଖଳନ ଘଟଣା ବିଷୟରେଏସଡିଆରଏଫ ନିକଟକୁ ରାତି ୯ଟା ୧୬ମିନିଟରେ ସୂଚନା ପଠାଯାଇଥିଲା । ସୂଚନା ପାଇ ଏସଡିଆରଏଫ ସୋନପ୍ରୟାଗ, ଦଳ, ସବ-ଇନିସପେକ୍ଟର ଆଶିଷ ଡିମିରଙ୍କ ନେତଅତ୍ୱରେ ଆବଶ୍ୟକୀୟ ଉଦ୍ଧାର ଉପକରଣ ସହିତ ଘଟଣାସ୍ଥଳକୁ ଯାତ୍ରା କରିଥିଲେ ।
ଏସଡିଆରଏଫ ଏବଂ ଏନଡିଆରଏଫ୍ର ଏକ ମିଳିତ ଦଳ ତୁରନ୍ତ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅତ୍ୟନ୍ତ ବିପଦପୂର୍ଣ୍ଣ ପରିସ୍ଥିତିରେ ବିଚକ୍ଷଣତା, ଧୈର୍ଯ୍ୟ ଏବଂ ସାହସ ପ୍ରଦର୍ଶନ କରି ମିଳିତ ଦଳଗୁଡ଼ିକ ରାସ୍ତାର ଅନ୍ୟ ପାର୍ଶରେ ଫସି ରହିଥିବା ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଭାବେ ରାସ୍ତା ପାରି କରିବାରେ ସାହାଯ୍ୟ କରିଥିଲେ ।
ରୁଦ୍ରପ୍ରୟାଗ ଜିଲା ମାଜିଷ୍ଟ୍ରେଟ ବିଶାଳ ମିଶ୍ରଙ୍କ ଅନୁଯାୟୀ ୬.୫ ଲକ୍ଷରୁ ଅଧିକ ଲୋକ କେଦାରନାଥ ଧାମ ପରିଦର୍ଶନ କରି ସାରିଛନ୍ତି ।
ଏହି ସଂଖ୍ୟା ଆହୁରି ବୃଦ୍ଦି ପାଇବାର ସମ୍ଭାବନା ରହିଛି । ତେଣୁ ଯାତ୍ରୀ ଓ ଦର୍ଶନୀର୍ଥୀଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି ।