ଆଇନଜୀବୀ ପୋଷାକରେ ମମତା
ଜଣେ ଆଇନଜୀବୀ ହିସାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏନରୋଲମେଂଟ ଅଛି । ତେବେ ତାଙ୍କର ପ୍ରାକ୍ଟିସ ଷ୍ଟାଟସ କ’ଣ ସେ ବିଷୟରେ ଗୁରୁବାର ବାର କାଉନସିଲ ନିକଟରେ ସମସ୍ତ ତଥ୍ୟ ବାରୁ କାଉନସିଲ ଅଫ୍ ଇଣ୍ଡିଆ ଜାଣିବାକୁ ଚାହିଁଛନ୍ତି । ଦୁଇ ଦିନ ମଧ୍ୟରେ ରିପୋର୍ଟ ଜମା ଦେବାକୁ ନିର୍ଦେଶ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ନିର୍ବାଚନ ପରବର୍ତୀ ହିଂସା ସଂକ୍ରାନ୍ତ ଏକ ମାମଲାର ଶୁଣାଣିରେ ଗୁରୁବାର କଲକାତା ହାଇକୋର୍ଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାଜର ହୋଇଥିଲେ । ଆଇନଜୀବୀ ପାଇଁ ନିର୍ଦ୍ଦିଷ୍ଟ ପୋଷାକ ପରିଧାନ କରି ଅଦାଲତକୁ ଆସିଥିଲେ । ସଂଶ୍ଲିଷ୍ଟ ମାମଲାରେ ନିଜେ ସୱାଲ ମଧ୍ୟ କରିଥିଲେ ।
ଏହି ବିଷୟଟି ସାଧାରଣଙ୍କ ସମ୍ମୁଖକୁ ଆସିବା ପରେ ଆଇନଜୀବୀ ହିସାବରେ ସେ ଆଦୌ ବାର କାଉନସିଲର ତାଲିକାଭୁକ୍ତ କି ନୁହେଁ, ସେ ସମ୍ବନ୍ଧରେ ଖୋଜଖବର ନେବା ଆରମ୍ଭ ହୋଇଛି ।
ବାର କାଉନସିଲ ଅଫ ଇଣ୍ଡିଆ ଜାଣିବାକୁ ଚାହିଁଛନ୍ତି ଯେ ୧- ମମତା ବାନାର୍ଜୀ ପଶ୍ଚିମବଙ୍ଗ ବାର କାଉନସିଲରେ ତାଲିକାଭୁକ୍ତ ଅଟକି କି ନାହିଁ । ୨- ଆଇନଜୀବୀ ହିସାବରେ ତାଙ୍କର ପ୍ରାକ୍ଟିସ ଷ୍ଟାଟସ ସକ୍ରିୟ, ସ୍ଥଗିତ ନା ବାତିଲ ରହିଛି । ୩- ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରାକ୍ଟିସ ସ୍ତଗିତ ରଖିବା ବିଷୟ କୌଣସି ଲିଖିତ ବାର୍ତା ବା ବିଜ୍ଞପ୍ତି ଜମା ଦିଆଯାଇଥିଲା କି ନାହିଁ । ୪- ପରବର୍ତୀ ପ୍ରାକ୍ଟିସ ପୁନରାୟ ଆରମ୍ଭ କରିବା ପାଇଁ କୌଣସି ଆବେଦନ ଦିଆଯାଇଥିଲା କି ନାହିଁ ।
ସୂଚନାଯୋଗ୍ୟ ଯେ ରାଜ୍ୟ ନିର୍ବାଚନ ପୂର୍ବରୁ ଅର୍ଥାତ ଫେବୃୟାରୀ ୪ ତାରିଖରେ ଏସଆଇଆର ସଂକ୍ରାନ୍ତ ମାମଲାରେ ବହୁ ବର୍ଷ ପରେ ଆଇନଜୀବୀ ପୋଷାକ ପରିଧାନ କରି ସୁପ୍ରିମ କୋର୍ଟରେ ମମତା ବାନାର୍ଜୀଙ୍କୁ ଦେଖାଯାଇଥିଲା । ନିର୍ବାଚନ କମିସନର ବିରୁଦ୍ଧରେ ମାମଲାରେ ସେ ସୱାଲ କରିଥିଲେ ।
ନିର୍ବାଚନ ପରାଜୟ ପରେ ମମତା ବାନାର୍ଜୀ ଜଣାଇଥିଲେ ଯେ ଦଳର ବିଭିନ୍ନ ମାମଲାରେ ଏଥରଠୁ ସେ ଉପସ୍ଥିତ ରହିବେ । ପେଶାଗତ ଭାବେ ଆଇନଜୀବୀ ଭାବେ କାର୍ଯ୍ୟ କରିବେ ।
ସେହିପରି ନିର୍ବାଚନ ପରେ ପ୍ରଥମ ଭୋଟ ପରବର୍ତୀ ହିଂସା ସଂକ୍ରାନ୍ତ ମାମଲାକୁ ନେଇ ସେ ଆଜି ହାଇକୋର୍ଟରେ ହାଜର ହୋଇଥିଲେ ।