ମାଓ ଅପରେସନ, ୫ ଯବାନ ଆହତ
ଓଡ଼ିଶା-ଝାଡ଼ଖଣ୍ଡ ସୀମାର କୋଇଡ଼ାସ୍ଥିତ ସରଣ୍ଡା ସଂରକ୍ଷିତ ବାଲିବା ଜଙ୍ଗଲରେ କିଛି ମାଓବାଦୀ ଆତ୍ମଗୋପନ କରିଥିବା ନେଇ ଯବାନଙ୍କ ପକ୍ଷରୁ ସର୍ଚ ଅପରେସନ କରାଯାଇଥିଲା ।
ଏହି ଅପରେସନବେଳେ ମାଓବାଦୀଙ୍କ ସହିତ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ଘଟିଥିଲା ।
ଏଥିରେ ୩ରୁ ୪ ନକ୍ସଲଙ୍କ ମୃତୁ୍ୟ ଘଟିଥିବାବେଳେ ଆଉ କିଛି ଆହତ ହୋଇଥିବା ଆଶଙ୍କା କରାଯାଉଛି ।
ଅନ୍ୟପଟେ ନକ୍ସଲଙ୍କ ସହ ଗୁଳି ବିନିମୟବେଳେ ୫ ଯବାନ ଆହତ ହୋଇଛନ୍ତି ।
ଏହି ଜଙ୍ଗଲରେ ୧୫ରୁ ଅଧିକ ମାଓବାଦୀ ଲୁଚି ରହିଥିବା ସନେ୍ଦହ କରାଯାଉଛି ।
ତେବେ ନକ୍ସଲ ବିଛାଇଥିବା ଆଇଆଇଡି ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ ଆଖପାଖ ଗାଁର ଘରଗୁଡ଼ିକ ଥରି ଉଠିଥିଲା ।
ଏହି ନକ୍ସଲ ଅପରେସନରେ କୋବ୍ରା ସୁରକ୍ଷା ବାହିନୀର ୫ ଯବାନ ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ରାଂଚିକୁ ବାୟୁସେନାର ହେଲିକପ୍ଟର ଯୋଗେ ଏୟାରଲ୍ିଫ୍ଟ କରାଯାଇଛି ।