୫ ସହରରେ ପାରଦ ଉପରମୁହାଁ
ଏପ୍ରିଲ୍ ଆରମ୍ଭ ନ ହେଉଣୁ ରୌଦ୍ରତାପ ଉପରମୁହାଁ ହେବାକୁ ଲାଗିଛି ।
ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପ୍ରବଳ ରୌଦ୍ରତାପ ସାଧାରଣଙ୍କୁ ଅସମ୍ଭାଳ କରି ପକାଉଛି । ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ଗତି କରୁଛି ।
ମାର୍ଚରେ କାଳବୈଶାଖୀ ଯୋଗୁଁ ଏହା ନିୟନ୍ତ୍ରଣରେ ଥିଲା, କିନ୍ତୁ ଏପ୍ରିଲରେ ଯାହାକି ଅସମ୍ଭାଳ ହୋଇପଡ଼ୁଛି । ୫ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଥିବାବେଳେ ଝାରସୁଗୁଡ଼ାରେ ସବୁଠୁ ଅଧିକ ତାପମାତ୍ରା ପ୍ରବାହିତ ହେଉଛି, ଯାହାକି ୪୧.୬ ଡିଗ୍ରୀ ବୋଲି କୁହାଯାଇଛି ।
ସେହିପରି ଅନୁଗୋଳ, ଟିଟିଲାଗଡ଼, ବଲାଙ୍ଗିରରେ ମଧ୍ୟ ତାପପ୍ରବାହ ୪୦ ଡିଗ୍ରୀ ଅତିକ୍ରମ କରିଛି । ଆଜି ଅନୁଗୋଳରେ ୪୦.୭ ଡିଗ୍ରୀ ରହିଥିବାବେଳେ ଟିଟାଲାଗଡ଼ରେ ୪୦.୫ଡିଗ୍ରୀ, ବଲାଙ୍ଗିରରେ ୪୦.୩ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ପ୍ରବାହିତ ହେବାର ସମ୍ଭାବନା ଦେଖାଦେଇଛି ।
ଯାହାଦ୍ୱାରା ଖରାର ପ୍ରଭାବରେ ଉପକୂଳବର୍ତୀ ଜିଲାଗୁଡ଼ିକରେ ଅଧିକ ଗୁଳୁଗୁଳି ହେବା ଆଶଙ୍କା ରହିଛି ।ରାଜ୍ୟରେ ଆଗକୁ ଏହି ସ୍ଥିତି ସହ ଅପରାହ୍ନ ପରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି ।
ଜିଲାର କିଛି ଜିଲା ସମେତ ଆଭ୍ୟନ୍ତରୀଣ କିଛି ଅଂଚଳରେ ବର୍ଷା ଆଶଙ୍କାକୁ ମଧ୍ୟ ପାଣିପାଗ ବିଭାଗ ଏଡାଇ ଦେଇପାରୁ ନାହିଁ । ଆଗାମୀକାଲି କିଛି ଜିଲାରେ ବର୍ଷାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଥିବାବେଳେ ପବନର ବେଗ ମଧ୍ୟ ବଢ଼ିବା ଆଶଙ୍କା କରୁଛି ।
ସେହିପରି କେତେକ ସ୍ଥାନରେ ବିଜୁଳି ଓ ଘଡଘଡ଼ିର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ।