କଳାହାଣ୍ଡିରେ ମୃଦୁ ଭୂମିକମ୍ପ
କଳାହାଣ୍ଡିରେ ମୃଦ ଭୂମିକମ୍ପ ଅନୁଭୂତ ହୋଇଛି ।
ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୪୨ମିନିଟରେ କାଳହାଣ୍ଡିର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା ।
ଜିଲା ମହକୁମା ସମେତ ଜୁନାଗଡ଼, ଧର୍ମଗଡ଼, କୋକସରା, ଜୟପାଟଣା, କଲମପୁର, ଉକ୍ରେଲା ଆଦି ଅଂଚଳରେ ପ୍ରାୟ ୨୦ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଘରର ବାସନକୁସ ଶବ୍ଦ ହେବା ସହିତ ଅନ୍ୟ ଆସବାବପତ୍ର ଗୁଡ଼ିକ ଥରି ଉଠିଥିଲା ।
ତେବେ ଭୂମିକମ୍ପର ତୀବ୍ରତା ସମ୍ପର୍କରେ ସଠିକ୍ ଜଣାପଡ଼ି ନଥିଲେ ସୁଦ୍ଧା ସମ୍ଭବତଃ ୪.୧ ରେକ୍ଟର ସ୍କେଲ ଥିଲା ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି ।
ବର୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ଘଟଣା ମଧ୍ୟ ଜଣାପଡ଼ିନାହିଁ । ତେବେ ଏହି ମୃଦୁ ଭୂମିକମ୍ପ ଯୋଗୁଁ ସାଧାରଣଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି ।