ଅନିର୍ଦ୍ଦିଷ୍ଟ କାଳ ବନ୍ଦ ମିଲେନିୟମ ପାର୍କ
କଲକାତାର ମିଲେନିୟମ ପାର୍କ, ଯାହାକି ଅତ୍ୟନ୍ତ ଜଣାଶୁଣା ପାର୍କ ଭାବେ ପରିଚିତ ।
ଆଗକୁ ନିର୍ବାଚନ, ସେଥିପ୍ରତି ଗୁରୁତ୍ୱ ଦେଇ ଅନିର୍ଦ୍ଦିଷ୍ଟକାଳ ପାଇଁ କଲକାତାର ଏହି ଜନପ୍ରିୟ ମିଲେନିୟମ ପାର୍କଟି ବନ୍ଦ ରଖାଯାଇଛି । କେବଳ ମିଲେନିୟମ ପାର୍କ ନୁହେଁ, ଏଥି ସହ ପାର୍ଶସ୍ଥ ସିପିଂ ଜେଟି ଓ ବିପରୀତ ପାର୍ଶରେ ରହିଥିବା ସିଇଓ ଦପ୍ତର ।
ଆଗକୁ ନିର୍ବାଚନ କାରଣରୁ ସମଗ୍ର ଅଂଚଳଟି ପରିସ୍ଥିତି କ୍ରମଶଃ ଉତେଜନା ହେବାକୁ ଲାଗିଛି । ଗତ କିଛି ଦିନ ଧରି ଯେଉଁ ଭାବେ ଅଂଚଳରେ ଉତେଜନା ଲାଗି ରହିଲା, ତାହାକୁ ଦୃଷ୍ଟିରେ ରଖି ଏଭଳି ସିଦ୍ଦାନ୍ତ ଗ୍ରହଣ କରାଯାଇଛି । ଜଣାପଡ଼ିଛି ଯେ ନିକଟରେ ସିଇଓ (ଚିଫ୍ ଇଲେକ୍ସନ ଅଫିସର) ଦପ୍ତର ରହିବା କାରଣରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଂଚଳରେ ହୋ-ହାଲ୍ଲା ହେଉଛି ।
ତେଣୁ ଏହାକୁ ଗୁରୁତ୍ୱ ଦେଇ ଷ୍ଟ୍ରାଣ୍ଡ ରୋଡ ସହ ଏକାଧିକ ଅଂଚଳରେ ଭାରତୀୟ ନ୍ୟାୟ ସଂହିତା ୧୬୩ ଧାରା (ପୁରୁଣା ୧୪୪ ଧାରା) ପ୍ରୟୋଗ କରାଯାଇଛି । ଯାହାଦ୍ୱାରା ଷ୍ଟ୍ରାଣ୍ଡ ରୋଡର ଏକାଂଶ ବନ୍ଦ ଅବସ୍ଥାରେ ରହିଥିବା ପରିଲକ୍ଷିତ ହୁଏ । ସେହିପରି ପରିସ୍ଥିତିକୁ ବିଚାର କରି ଆଜି ଅର୍ଥାତ ଶୁକ୍ରବାର ଅପରାହ୍ନରେ ବହୁ ଚର୍ଚିତ ମିଲେନିୟମ ପାର୍କଟିକୁ ବନ୍ଦ କରି ଦିଆଯାଇଛି ।
ସେହିପରି ନିରାପତା ସ୍ୱାର୍ଥରେ ସିପିଂ ଜେଟିକୁ ମଧ୍ୟ ବନ୍ଦ ପାଇଁ ନିର୍ଦେଶ ହୋଇଛି । ଯାହାଦ୍ୱାରା ବହୁ ଯାତ୍ରୀ ହଟହଟାର ସମ୍ମୁଖୀନ ହେବାର ସମ୍ଭାବନା ଦେଖାଦେଇଛି ।
ତେବେ ଏହି ପାର୍କ ଓ ଜେଟି କେବେ ଖୋଲିବ ସେ ସମ୍ବନ୍ଧରେ କିଛି କୁହାଯାଇ ନାହିଁ । ତେବେ ସାଧାରଣଙ୍କ ବକ୍ତବ୍ୟ ନିର୍ବାଚନ ପରେ ସମ୍ଭବତଃ ପରିସ୍ଥିତିକୁ ବିଚାର କରି ଏହି ପାର୍କଟି ଖୋଲାଯିବାର ଅନୁମତି ମିଳିବ ।