ପବନ ଚାମଲିଂଙ୍କୁ ପଛରେ ପକାଇଲେ ମୋଦୀ
ଭାରତର ସବୁଠାରୁ ଦୀର୍ଘକାଳୀନ ଶାସନମୁଖ୍ୟ ଭାବେ ପବନ ଚାମଲିଂଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଛରେ ପକାଇବା ବିଷୟ ସାଧାରଣରେ ଚର୍ଚାର ବିଷୟ ପାଲଟିଛି । ଯାହାଦ୍ୱାରା ଭାରତୀୟ ରାଜନୀତିରେ ରବିବାର ଏକ ସ୍ମରଣୀୟ ଦିନ ଭାବେ ଲିପିବଦ୍ଧ ହୋଇଛି ।
ପ୍ରଧାନମନ୍ତ୍ରୀ ମୋଦୀ ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶାସନମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବାର ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି ।
ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଜର ମୋଟ ୮,୯୩୧ ଦିନର କାର୍ଯ୍ୟକାଳ ସହ ସେ ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଂଙ୍କ ୮,୯୩୦ ଦିନର ରେକର୍ଡକୁ ଅତିକ୍ରମ କରିଥିବା ଜଣାପଡ଼ିଛି ।
ପ୍ରଧାନମନ୍ତ୍ରୀ ମୋଦୀ କ୍ରମାଗତ ଭାବେ ତିନିଟି ଲୋକସଭା ନିର୍ବାଚନରେ (୨୦୧୪, ୨୦୧୯ ଓ ୨୦୨୪)ରେ ବିଜୟ ହାସଲ କରିବା ସହ ଦେଶ ବିକାଶ ପ୍ରକ୍ରିୟାରେ ଏକ ନୂତନ ଅଧ୍ୟାନ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ।
ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୨୦୦୧ ମସିହାରେ ସେ ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ, ସେତେବେଳେ ରାଜ୍ୟ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ଗତି କରୁଥିଲା ।
ଏହି ଚ୍ୟାଲେଞ୍ଜ ତାଙ୍କୁ ଜନସେବା ପାଇଁ ସୁଦୃଢ଼ କରିଥିଲା ।