ନୂତନ ସ୍ଥଳ ସେନାଧ୍ୟକ୍ଷଙ୍କ ଦାୟିତ୍ୱଗ୍ରହଣ
ଜେନେରାଲ ଧୀରଜ ସେଠ ଭାରତର ନୂତନ ସ୍ଥଳ ସେନାଧ୍ୟକ୍ଷ ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି ।
ସେ ଦେଶର ୩୧ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ପାକିସ୍ତାନ ସୀମାରେ କାର୍ଯ୍ୟ କରିବା, ଅନୁପ୍ରବେଶକାରୀଙ୍କୁ ରୋକିବା ଏବଂ ଆତଙ୍କବାଦୀଙ୍କୁ ଖତମ କରିବାରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି ।
ଏହି ଦାୟିତ୍ୱ ଗ୍ରହଣ କରିବା ତାଙ୍କ ପାଇଁ ଗର୍ବ ଓ ଗୌରବର ମୁହୂର୍ତ ବୋଲି ନୂତନ ସେନାଧ୍ୟକ୍ଷ ଶ୍ରୀ ସେଠ କହିଛନ୍ତି ।
ନେସନ ଫାଷ୍ଟ ତାଙ୍କ ପାଇଁ ପ୍ରଥମ ଓ ପ୍ରଧାନ ଲକ୍ଷ୍ୟ ।
ତାଙ୍କୁ ଏହି ଗୁରୁ ଦାୟିତ୍ୱ ପାଇଁ ମନୋନୀତ କରିଥିବାରୁ ସେ ପ୍ରତିରକ୍ଷାମନ୍ତ୍ରୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।
ତେବେ ଦାୟିତ୍ୱ ଗ୍ରହଣ ପୂର୍ବରୁ ସେନାଧ୍ୟକ୍ଷ ଜେନେରାଲ ସେଠ ପ୍ରଥମେ ସେଠାରେ ଉପସ୍ଥିତ ନିଜ ପିତା ଲେଫନାଂଟ ଜେନେରାଲ କେ.ଏମ.ସେଠଙ୍କୁ ସାଲ୍ୟୁଟ କରି ତାଙ୍କ ଚରଣସ୍ପର୍ଶ କରି ଆଶିର୍ବାଦ ନେଇଥିଲେ ।
ଏଥିସହିତ ତାଙ୍କ ସାନଭାଇ ରିଅର ଆଡମିରାଲ ରବନୀଶ ସେଠ ମଧ୍ୟ ଧୀରଜଙ୍କୁ ସାଲ୍ୟୁଟ କରିଥିଲେ ।