ଧାନ ପଞ୍ଜକରଣରେ ଜଟିଳତା ନାହିଁ : ମନ୍ତ୍ରୀ
ବର୍ତମାନ ବିଭିନ୍ନ ମଣ୍ଡିରେ ଚାଷୀ ଧାନ ଆଣି ଗଦା କରି ସାରିଛନ୍ତି । ହେଲେ ସେମାନଙ୍କ ଧାନ ମଣ୍ଡିରେ ଥିବା ମିଲର ଉଠାଉନାହାନ୍ତି ।
ଫଳରେ ବର୍ଷ ଯାକ ମୁଣ୍ଡ ଝାଳ ତୁଣ୍ଡରେ ମାରି ଉତ୍ପାଦ କରିଥିବା କୁଇଂଟାଲ କୁଇଟାଂଲ ଧାନ ସରକାରଙ୍କୁ ଦେଇ ସୁଦ୍ଧା ନିଜର ପ୍ରାପ୍ୟ ସେମାନେ ପାଇପାରି ନାହାନ୍ତି ।
ଏନେଇ ଚାଷୀ ମହଲରେ ଘୋର ଅସନ୍ତୋଷ ଜାରି ରହିଛି ।
ତେଣେ ମଣ୍ଡିକୁ ଧାନ ନେଇ ଆସିଥିବା ଚାଷୀମାନେ ପଞ୍ଜୀକରଣର ଜଟିଳ ପ୍ରକ୍ରିୟା ହେତୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।
ହେଲେ ଏହାକୁ ମନ୍ତ୍ରୀ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ପଞ୍ଜୀକରଣ ପ୍ରକ୍ରିୟାରେ କୌଣସି ଜଟଳିତା ନାହିଁ ।
ଏପରିକି ପଞ୍ଜୀକରଣରେ ଏଗ୍ରିଷ୍ଟାକ ଆଇଡିର କୌଣସି ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ବିନା ଏଗ୍ରିଷ୍ଟାକ ଆଇଡିରେ ମଧ୍ୟ ଚାଷୀ ନିଜ ନାମ ପଞ୍ଜୀକୃତ କରିପାରିବେ । ଧାନ ଟୋକନ ସଂଗ୍ରହ ପୂର୍ବରୁ ଏଗ୍ରିଷ୍ଟାକ ଆଇଡିର ଆବଶ୍ୟକତା ରହିଛି ।
ଏଥିସହ ଭାଗ ଚାଷୀଙ୍କ ପାଁ ମଧ୍ୟ କୌଣସି ଜଟିଳତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ଜମି ପଟାର ଆରଓଆର ଦେଲେ ଦୁଇ ଦିନ ଭିତରେ ଆଇଡି ମିଳିଯିବ ବୋଲି ସେ କହିଛନ୍ତି ।








