ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅଙ୍କିତ ଆହତ
ଝାରସୁଗୁଡ଼ାର ବ୍ରଜରାଜନଗରରେ ଓପିଏମ ଇବ ନଦୀ ଘାଟରେ ଏନକାଉଂଟର ହୋଇଛି ।
ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତକୁ ପୁଲିସ ଏନକାଉଂଟର କରିଛି ।
ପୁଲିସକୁ ଦେଖି ପ୍ରଥମେ ଅଙ୍କିତ ଗୁଳି ଚଳାଇଥିଲା । ଜବାବରେ ପୁଲିସର ଗୁଳିଚୋଟରେ ଅଙ୍କିତ ଆହତ ହୋଇଛି ।
ଅଙ୍କିତ ନାମରେ ବିଭିନ୍ନ ଥାନାରେ ଡକାୟତି ଓ ଲୁଟ୍ ଭଳି ସଙ୍ଗୀନ ମାମଲା ରହିଛି ।
ଏଥିସହ ସେ ମହିଳାଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ନେଇ ମଧ୍ୟ ମାମଲା ରୁଜୁ ହୋଇଥିଲା ।
ଏହି ଘଟଣାରେ ପୁଲିସ ତାକୁ ଖୋଜୁଥିଲା ।
ପୁଲିସକୁ ଦେଖି ଅଙ୍କିତ ଗୁଳି ଚଳାଇବାରୁ ପାଲଟା ଜବାବରେ ପୁଲିସ ମଧ୍ୟ ଗୁଳି ଚଳାଇଥିଲା ।
ଏଥିରେ ଅଙ୍କିତର ଡାହାଣ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇପଡ଼ିଯାଇଥିଲା ।
ପୁଲିସ ତାକୁ କାବୁ କରି ଜିଲା ମୁଖ୍ୟ ହସ୍ପିଟାଲେ ଭର୍ତି କରିଛି ।








