ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ
ନ ମାନିଲେ ଜୋରିମାନା
ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ମୁଖ୍ୟ ଫାଟକ କିମ୍ବା ଫାଟକରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ କରାଯାଇଛି । ଏହାକୁ ଯଦି କୌଣସି ବ୍ୟବସାୟୀ କିମ୍ବା ସଂସ୍ଥା ମାଲିକ ଉଲଙ୍ଘନ କରନ୍ତି ତେବେ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିବ ।
ଏହାକୁ ନେଇ ଦୋକାନୀ ଓ ବ୍ୟବସାୟୀଙ୍କୁ ସଚେତନ କରିବା ପାଇଁ ଓଡ଼ିଆ ପକ୍ଷ ପାଳନ କରାଯାଉଛି ।
ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ଏବଂ ନିର୍ଭର ଓ ସ୍ପଷ୍ଟ ଭାବେ ଲେଖିବାକୁ ହେବ । ଯଦି ନ ଲେଖା ହୁଏ ତେବେ ଆଇନ୍ ଧାରା ଅନୁସାରେ ଅଭିଯୁଙ୍କ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରାଯିବ । ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରାଏହାକୁ କଡାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି ।
ଯଦି କୌଣସି ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ଓଡ଼ିଆରେ ନାମ ଫଳକ ନ ଲେଖନ୍ତି, ତେବେ ସେହି ପ୍ରତିଷ୍ଠାନର ମାଲିକଙ୍କୁ ପ୍ରଥମ ଥର ନିୟମ ଉଲ୍ଲଂଘନ ପାଇଁ ଅତିକମରେ ୫ହଜାର ଟଙ୍କାରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ହେବ ।
ସେହିପରି ଦ୍ୱିତୀୟ କିମ୍ବା ପରର୍ବତୀ ଥର ଉଲ୍ଲଂଘନ ପାଇଁ ଅତି କମରେ ୧୦ହଜାର ଟଙ୍କାରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ । ଯଦି କୌଣସି ପ୍ରତିଷ୍ଠାନର ନାମ ଫଳକ ସ୍ପଷ୍ଟ ଭାବେ ଲେଖା ହୋଇ ନଥିବା, ତେବେ ତୁରନ୍ତ ସ୍ଥାନୀୟ ଶ୍ରମ ଅଧିକାରୀ କିମ୍ବା ଶ୍ରମ କାର୍ଯ୍ୟାଳୟରେ ଯେକେହି ଅଭିଯୋଗ ଦାଖଲ କରିପାରିବେ ।
ନିୟମ ପାଳନ ସହ ଦୋକାନୀ ଓ ବ୍ୟବସାୟୀଙ୍କୁ ସଚେତନ ପାଇଁ ଓଡ଼ିଆ ପକ୍ଷ ୨୦୨୬ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ।