ମୋଦୀ ସରକାରରେ ୯୩ଥର ପେପର ଲିକ ହୋଇଛି : କେଜ୍ରିୱାଲ
ପେପର ଲିକ ଅଭିଯୋଗ ଯୋଗୁଁ ‘ନିଟ ୟୁଜି ୨୦୨୬’ ପରୀକ୍ଷା ପତ୍ର ବାତିଲ ଉପରେ ‘ଆପ’ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ‘୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରଠୁ ପରୀକ୍ଷା ପତ୍ର ଲିକ ହେବାର ୯୩ଟି ଘଟଣା ଘଟିଛି ।
ଅଧିକାଂଶ ପେର ଲିକ ବିଜେପି ସରକାରଙ୍କ ଅଧିନରେ ଘଟିଛି ।
ଏହା ୬କୋଟି ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଛି ।
ଅଧିକାଂଶ ପେପର ଲକ ଘଟଣା ବିଜେପି ଶାସିତ ରାଜ୍ୟ ରାଜସ୍ତାନ, ୟୁପି, ଉତରାଖଣ୍ଡ ଏବଂ ଗୁଜୁରାଟରେ ଘଟିଛି । କେନ୍ଦ୍ରରେ ଏହି ରାଜ୍ୟଗୁଡ଼ିକରେ ବିଜେପି ସରକାର ରହିବା ଏକ ସଂଯୋଗ ନୁହେଁ । ଆମ୍ଭେ ରିପୋର୍ଟ ପାଇଛୁ ଯେ ସାଂପ୍ରତିକ ନିଟ ପତ୍ର ଲିକ ଘଟଣାର କେନ୍ଦ୍ରସ୍ଥଳ ରାଜସ୍ଥାନ ।
ଏହା ସନେ୍ଦହ ସୃଷ୍ଟି କରେ, ସେମାନଙ୍କର ନେତାମାନେ କ’ଣ ଏଥିରେ ସଂପୃକ୍ତ ? ଯଦି ଏହା ସତ, ତେବେ ସିବିଆଇ କ’ଣ କରିପାରିବ ?
ମୁଁ ଜେନେରାଲ-ଜେଡକୁ ପଚାରିବାକୁ ଚାହୁଁଛି, ଏହା ଜାରି ରହିବା ଉଚିତ୍ କି ? ଯଦି ନେପାଳ ଏବଂ ବାଂଲାଦେଶର ଜେନେରାଲ – ଜେଡ ରାସ୍ତାକୁ ଆସି ସେମାନଙ୍କ ସରକାର ପରିବର୍ତନ କରିପାରିବେ, ତେବେ ଆମର ଜେନେରାଲ-ଜେଡ ପେପର ଲିକ ଘଟଣାରେ ସଂପୃକ୍ତ ମନ୍ତ୍ରୀମାନଙ୍କୁ ଜେଲ ପଠାଇପାରିବେ ନାହିଁ କି ? ମୋର ତୁମ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି’…