କୁଆପଥର ମାଡ଼ରେ ବେହାଲ ଓଡ଼ିଶାବାସୀ
ବଲାଙ୍ଗିର ଓ କଳାହାଣ୍ଡିରେ ପ୍ରବଳ କୁଆପଥର ମାଡ଼
ସୋମବାର ଅପରାହ୍ଣରେ କାଳବୈଶାଖୀ ଝଡ଼ବର୍ଷା ସାଂଗକୁ କୁଆପଥର ମାଡ଼ରେ ବେହାଲ ହୋଇଛନ୍ତି ଓଡ଼ିଶାବାସୀ ।
ଅପରାହ୍ଣ ୪ଟାରେ ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ସାଂଗକୁ ନାକେଦମ କରିଦେଇଥିଲା କୁଆପଥର ମାଡ଼ ।
ବିଶେଷ କରି ବଲାଙ୍ଗିରର ପାଟଣାଗଡ଼ରେ କୁଆପଥର ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି ।
ଏହି କୁଆପଥର ମାଡ଼ରେ ବହୁ ଘର ଛପର ଭାଙ୍ଗିଯାଇଛି । ଫଳରେ ଗୃହପାଳିତ ପଶୁଗୁଡ଼ିକର ଗୁହାଳଘର ଭାଙ୍ଗିଯିବାରୁ ସେମାନେ ବାସହରା ହୋଇପଡ଼ିଛନ୍ତି ।
ସେହିଭଳି କଳାହାଣ୍ଡିର ଧର୍ମଗଡ଼ରେ ମଧ୍ୟ ପ୍ରବଳ କୁଆପଥର ମାଡ଼ ହୋଇଛି ।
ବଲାଙ୍ଗିରରେ ଗତ ସପ୍ତାହରୁ ଦିନବେଳା ପ୍ରବଳ ଟାଣ ଖରା ସହିତ ଗରମ ଅନୁଭୂତ ହେଉଥିବାବେଳେ ସୋମବାର ଅପରାହ୍ଣରେ କୁଆପଥରମାଡ଼ରେ ବେହାଲ ହୋଇଛନ୍ତି ଜିଲାବାସୀ ।
ଏହି କୁଆପଥର ମାଡ଼ରେ ରାଜ୍ୟର ବିଭିନ୍ନ ଜିଲାରେ ବ୍ୟାପକ ଫସଲ ମଧ୍ୟ ନଷ୍ଟ ହୋଇଛି ।