ଖଡ଼ଗେଙ୍କ ବିରୋଧରେ ପୁଲିସ
ଇସିରେ ଅଭିଯୋଗ କଲା ଆସାମ ବିଜେପି
ଆସାମରେ ଏକ ନିର୍ବାଚନ ରାଲିରେ କଟାକ୍ଷ ଭାଷଣ ଦେଇଥିବା ଅଭିଯୋଗରେ ବିଜେପି ମଙ୍ଗଳବାର ଆସାମ ପୁଲିସ ଏବଂ ନିର୍ବାଚନ କମିସନଙ୍କ ନିକଟରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିରୋଧରେ ଅଭିଯୋଗ ଦାଏର କରିଛି ।
ଦଳ ଅନୁଯାୟୀ ଖଡ଼ଗେ ଏକ ନିର୍ବାଚନ ରାଲିରେ ଦେଇଥିବା ଟିପ୍ପଣୀ ହିନ୍ଦୁ ବିଶ୍ୱାସ ଏବଂ ସାମାଜିକ ସଦଭାବନା ପାଇଁ ଏକ ବିପଦ ।
ଆସାମ ବିଜେପି ମୁଖପାତ୍ର ପ୍ରଞ୍ଜଲ କଲିତା ଏକ ବିବୃତି ଜାରି କରି କହିଛନ୍ତି ଯେ କଂଗ୍ରେସ ନେତାମାନେ ଲଗାତର ଭାବେ ସମ୍ବିଧାନକୁ ସମ୍ମାନ ଦେଉଥିବା କହୁଛନ୍ତି । କିନ୍ତୁ ସେମାନଙ୍କ କାର୍ଯ୍ୟକଳାପ ସବୁ ସାମ୍ବିଧାନିକ ସ୍ୱାଧୀନତାର ବିରୁଦ୍ଧାଚରଣ କରିଛି ଏବଂ ସବୁ ଧର୍ମ ପ୍ରତି ସମ୍ମାନ ନାହିଁ ।
ସେ ଆହୁରି କହିଛନ୍ତି ଯେ ଖଡ଼ଗେଙ୍କ ବିରୋଧରେ ଗୁଆହାଟି ବଶିଷ୍ଠ ଥାନାରେ ଏକ ଅଭେିଯାଗ ଦାଏର କରାଯାଇଥିବାବେଳେ ନିର୍ବାଚନ କମିସନଙ୍କ ନିକଟରେ ଅନ୍ୟ ଏକ ଅଭିଯୋଗ କରାଯାଇଛି ।