ପୁଲିସ ଏସଆଇ ପରୀକ୍ଷା ସ୍କାମ ମାମଲା
୮ ଦଲାଲଙ୍କ ବିରୋଧରେ ଜାମିନ ବିହୀନ ପରୱାନା
ପୁଲିସ ଏସଆଇ ପରୀକ୍ଷା ସ୍ମାମ ମାମଲାରେ ୮ ଦଲାଲଙ୍କ ବିରୋଧରେ ଏନବିଡବ୍ଲୁ୍ୟ ଜାରି କରିଛି ସିବିଆଇ । ବାରମ୍ବାର ନୋଟିସ ପରେ ମଧ୍ୟ ଏମାନେ ହାଜର ହେଉନଥିବାରୁ ଏନବିଡବ୍ଲୁ୍ୟ ବା ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି ।
ଏହି ୮ ଜଣ ହେଉଛନ୍ତି ଅନ୍ୱେଷ ନାୟକ, ଆଶିଷ କୁମାର, ବଳରାମ ପ୍ରଧାନ, ଧର୍ମେନ୍ଦ୍ର ପ୍ରଧାନ. ଗୋବିନ୍ଦ ଚନ୍ଦ୍ର ତି୍ରପାଠୀ, ଗୋପାଳକୃଷ୍ଣ ଦାଶ, ଗୋପୀ ରମଣ ।
ଏମାନଙ୍କ ମଧ୍ୟରେ ଆଶିଷ କୁମାର, ସଞ୍ଜୟ କୁମାର ଓ ଗୋପୀ ରମଣ ବିହାରର ହୋଇଥିବାବେଳେ ସେମାନେ ଓଡ଼ିଶାରେ ପ୍ରଶାସନିକ ଅଧିକାରୀଙ୍କ ସହିତ ସମ୍ପର୍କ ରଖି ନିଯୁକ୍ତି ସ୍କାମ ଚଳାଉଥିଲେ ।
ଏମାନେ ୨୫ ଲକ୍ଷ ଟଙ୍କାରେ ଆଶାୟୀଙ୍କୁ ପୁଲିସ ଏସଆଇ ଚାକିରି ବିକିବାକୁ ପ୍ଲାନ ଚଳାଇଥିଲେ ।
ଅନ୍ୟପଟେ ସିବିଆଇ ଜାଣିଶୁଣି ଏହି କେସକୁ ସାରିବାକୁ ଚେଷ୍ଟା କରୁନ ପ୍ରତିପକ୍ଷ ଓକିଲ ଜୟରାମ କହିଛନ୍ତି । । ଏହି ମାମଲାରେ ୧୧୪ ଜଣଙ୍କ ସମ୍ପୃକ୍ତି ଥିବାବେଳେ ୧୬ ଜଣଙ୍କ ନାମରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି ।
ସେଥିମଧ୍ୟରୁ ୧୧୪ ଜଣ ତଳକୋର୍ଟରୁ ଜାମିପ ପାଇସାରିଛନ୍ତି; ମାତ୍ର ସିବିଆଇ ଏଥିରେ ଦିନକ ପରେ ଦିନ ଗଡ଼ାଇ ଚାଲିଛି । କେସର ମୂଳକୁ ଯାଇ ଏହି ସ୍କାମ ପଛରେ ଥିବା ମୁଖ୍ୟ ଖଳନାୟକଙ୍କୁ ଧରିବାକୁ ଚେଷ୍ଟା ନକରି ଏହି ମାମଲାରେ ବହୁ ନିରୀହ ଲୋକଙ୍କୁ ଅଯଥାରେ ସିବିଆଇ ଘୋଷାଡ଼ୁଛି ବୋଲି ଆଡଭୋକେଟ ଜୟରାମ କହିଛନ୍ତି ।