ହାଇଦ୍ରାବାଦ ନାଲସାରରେ ସିଜେଆଇଙ୍କୁ ବିରୋଧ ଘଟଣା
ବିସିଆଇର ହସ୍ତକ୍ଷେପକୁ ସିଜେଆଇଙ୍କ ନାପସନ୍ଦ
ହାଇଦ୍ରାବାଦର ନ୍ୟାସନାଲ ଆକାଡେମୀ ଅଫ୍ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି ଅଫ ଲ’ (ନାଲସାର) ଶିକ୍ଷାନୁଷ୍ଠାନରେ ମାନ୍ୟବର ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ବିରୋଧ ଘଟଣା ଏବେ ନୂଆ ମୋଡ଼ ନେଇଛି ।
ଏହି ଘଟଣାରେ ବାର କାଉନସିଲ ଅଫ୍ ଇଣ୍ଡିଆ (ବିସିଆଇ)ର ହସ୍ତକ୍ଷେପକୁ ଖୋଦ୍ ସିଜେଆଇ ସୂର୍ଯ୍ୟକାନ୍ତ ନାପସନ୍ଦ କରିଛନ୍ତି ।
ଏହି ଘଟଣାରେ ପ୍ରତିବାଦ ନେଇ ବିସିଆଇର ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ତାଙ୍କ ସୋସିଆଲ ଆକାଂଟରେ ଉଲ୍ଲେଖ କରିଛନ୍ତି ।
ଏଥିସହ ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଅନୁଚିତ ବୋଲି ସେ କହିଛନ୍ତି ।
ବାର କାଉନସିଲ ଛାତ୍ରଙ୍କ ଓକିଲ ରେଜିଷ୍ଟ୍ରେସନକୁ ମନା କରିବା ଉଚିତ ନୁହେଁ ବୋଲି ମଧ୍ୟ ସିଜେଆଇ କହିଛନ୍ତି ।
ସୂଚନାଥାଉ କି, ନାଲସାରରେ ସିଜେଆଇଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।
ଏପରିକି ସିଜେଆଇଙ୍କ ଉପସ୍ଥିତିକୁ ମଧ୍ୟ ଅନେକ ଶିକ୍ଷାର୍ଥୀ ବିରୋଧ କରିଥିଲେ ।







