୧୦ ରାଜ୍ୟକୁ ବର୍ଷା, ଘୂର୍ଣ୍ଣିଝଡ଼ ସତର୍କତା
ରାଜସ୍ଥାନ, ବିହାର, ଦିଲ୍ଲୀ ଓ ଉତର ପ୍ରଦେଶ ସମେତ ଉତର ଭାରତର ଅଧିକାଂଶ ରାଜ୍ୟ ପ୍ରବଳ ଗରମରେ ଜର୍ଜରିତ ହେଉଛନ୍ତି ।
ଆସାମରେ ବନ୍ୟା ୨୩,୦୦ ଲୋକଙ୍କୁ ପ୍ରଭାବିତ କରିଛି । ପାଣିପାଗ ବିଭାଗ ୧୦ଟି ରାଜ୍ୟରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରିଛି ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ସମୟ ମଧ୍ୟରେ ବିହାରରେ ଘଂଟା ପ୍ରତି ୮୦କିଲୋମିଟର ବେଗରେ ପବନ ବହିପାରେ । ଉତର ପ୍ରଦେଶରେ ଘଂଟା ପ୍ରତି ୬୫ କିଲୋମିଟର ବେଗରେ ପବନ ବହିବାର ସମ୍ଭବନା ରହିଛି ।
ପାଣିପାଗ ବିଭାଗ ଜଳବାୟୁ ପରିବର୍ତନ ସମ୍ପର୍କରେ ସତର୍କତା ଜାରି କରିଛି ଏବଂ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ।
ଆଇଏମଡି ଅନୁଯାୟୀ ଯେଉଁ ରାଜ୍ୟଗୁଡ଼ିକରେ ପାଣିପାଗ ଖରାପ ହେବାର ସମ୍ଭାବନା ରହିଛି, ସେଠାରେ ବଜ୍ରପାତ ଓ ପବ୍ରଳ ବର୍ଷା ସହ ଘୂର୍ଣ୍ଣିଝଡ଼ର ଆଶଙ୍କା ରହିଛି । ତେଣୁ ଘରୁ ବାହାରିବା ସମୟରେ ଲୋକମାନେ ଏଥିପ୍ରତି ସତର୍କ ରହିବା ଜରୁରୀ ।
ଝଡ଼ବର୍ଷା ଯୋଗୁଁ ଗଛ ପଡ଼ିବାର ସମ୍ଭାବନା ସମ୍ପର୍କରେ ମଧ୍ୟ ସତର୍କତା ଜାରି କରାଯାଇଛି ।