ଫଲଟାରେ ପୁନଃମତଦାନ
ପଶ୍ଚିମବଙ୍ଗର ଫଲଟା ବିଧାନସଭା କ୍ଷେତ୍ରରେ ଗୁରୁବାର ପୁଣି ମତଦାନ ହେଉଛି ।
ଏହି କ୍ରମରେ ସକାଳୁ ପଶ୍ଚିମବଙ୍ଗର ୨୪ ପ୍ରଗଣା ଅନ୍ତର୍ଗତ ଫଲଟା ଜିଲାରେ ଭୋଟିଂ ଆରମ୍ଭ ହୋଇଛି ।
ସକାଳୁ ବୁଥ ନିକଟରେ ଲମ୍ବାଧାଡ଼ିରେ ମତଦାତାମାନେ ଭୋଟ ଦେବାକୁ ଛିଡ଼ା ହୋଇଥିଲେ ।
ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହିତ ନିରାପଦ ଭୋଟିଂ ପାଇ ବ୍ୟାପକ ସୁରକ୍ଷାକର୍ମୀ ନିୟୋଜିତ ରହିଛନ୍ତି । ଏଣୁ ମତଦାତାମାନେ ନିର୍ଭୟରେ ସେମାନଙ୍କ ମତସାବ୍ୟସ୍ତ କରୁଛନ୍ତି ।
ଦ୍ୱିପ୍ରହର ୩ଟା ସୁଦ୍ଧା ଶତକଡ଼ା ୬୦ ପ୍ରତିଶତରୁ ଊଦ୍ଧ୍ୱର୍ ମତଦାନ ହୋଇଥିବା ଜଣାପଡ଼ିଛି ।
ତେବେ ଏଥରକ ମତଦାତାମାନେ ନିର୍ଭୟ ହୋଇ ମତଦାନ କରୁଥିବା ବିଜେପି ପ୍ରାର୍ଥୀ ଦେବାଙ୍ଗସୁ ପଣ୍ଡା କହିଛନ୍ତି । ସୂଚନାଥାଉ କି, ପୂର୍ବଥର ମତଦାନବେଳେ ଏଠାରେ ବୁଥ ରିଗିଂ ହେବା ସହ ଗଣ୍ଡଗୋଳ ହେବାରୁ ମତଦାନକୁ ବନ୍ଦ କରାଯାଇଥିଲା ।