କଳାରାହାଙ୍ଗରେ ଜବରଦଖଲ ଉଚ୍ଛେଦ
ରାଜଧାନୀ ଭୁବନେଶ୍ୱରର ପଟିଆ ଅନ୍ତର୍ଗତ କଳାରାହାଙ୍ଗ ଠାରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିଛି ପ୍ରଶାସନ ।
ବିଡିଏ, ବିଏମସି ପକ୍ଷରୁ ଏହି ଜବରଦଖଲ ଗତ କାଲି ମଙ୍ଗଳବାରରେ ଆରମ୍ଭ ହୋଇଥିବାବେଳେ ବୁଧବାର ଦ୍ୱିତୀୟ ଦିନରେ ମଧ୍ୟ ଏହା ଜାରି ରହିଥିଲା ।
କଳାରାହାଙ୍ଗରେ ଥିବା ସରକାରୀ ଜମିକୁ ଜବରଦଖଲମୁକ୍ତ କରିଛି ପ୍ରଶାସନ ।
ଆଜିର ଏହି ଉଚ୍ଛେଦ କ୍ରିୟାରେ ସେଠାରେ ଥିବା ଶତାଧିକ ବେଆଇନ ଦୋକାନ ଓଘରକୁ ବୁଲଡୋଜର ଲଗାଇ ଉଚ୍ଛେଦ କରାଯାଇଛି ।
ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ଗତ ମଙ୍ଗଳବାର ଏହି ଉଚ୍ଛେଦବେଳେ କିଛି ବାସିନ୍ଦା ହାତରେ ଲାଠି, କଟୁରୀ ଓ ମହିଳାମାନେ ପନିକି ଧରି ଏହାକୁ ଘୋର ବିରୋଧ କରିଥିଲେ ।
ତେବେ ଆଗରୁ ସେମାନଙ୍କୁ ଏହି ସ୍ଥାନ ଖାଲି କରିବା ପାଇଁ ବିଡିଏ ଓ ବିଏମ୍ସି ପକ୍ଷରୁ ନୋଟିସ ଜାରି କରାଯାଇଥିବାବେଳେ ସେମାନେ ତାହା ନ କରିବାରୁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି ।