ହାଇୱେ ପାଶ୍ୱର୍ରୁ ବେଆଇନ ଜବରଦଖଲ ଉଚ୍ଛେଦ କର : ସୁପ୍ରିମ କୋର୍ଟ
ଜାତୀୟ ରାଜପଥ ଏବଂ ଏକ୍ସପ୍ରେସ ୱେରେ ବର୍ଦ୍ଧିତ ଦୁର୍ଘଟଣା, ବେଆଇନ ଜବରଦଖଲ, ଅବୈଧ ପାର୍କିଂ ଏବଂ ମୌଳିକ ସୁରକ୍ଷା ଭିତିଭୂମିର ଅଭାବ ଉପେ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ଅନେକ ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତୀକାଳୀନ ନିର୍ଦେଶନାମା ଜାରି କରିଛନ୍ତି ।
କୋର୍ଟ କହିଛନ୍ତି ଯେ ସମ୍ବିଧାନର ଧାରା ୨୧ ଅନୁଯାୟୀ ଯାତ୍ରୀ ସୁରକ୍ଷା ସମ୍ମାନର ସହିତ ବଂଚିବାର ଅଧିକାରର ଏକ ଅବିଚ୍ଛେଦ୍ୟ ଅଂଶ ।
କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ପ୍ରଶାସନିକ ଅବହେଳା ଏବଂ ଭିତିଭୂମିଗତ ତ୍ରୁଟି ଯୋଗୁଁ ହାଇ-ସ୍ପିଡ ଏକ୍ସପ୍ରେସୱେ ବିପଦ କରିଡର ହୋଇପାରିବ ନାହିଁ ।
ତେଣୁ ୬୦ଦିନ ମଧ୍ୟରେ ହାଇୱେ ପାଶ୍ୱର୍ରୁ ବେଆଇନ ଜବରଦଖଲ ଉଚ୍ଛେଦ କରାଯିବାକୁ ନିର୍ଦେଶ ଦେଇଛନ୍ତି ।