ପିଲାଙ୍କୁ ସୋସିଆଲ ମିଡିଆ ବ୍ୟବହାର ଲଗାମ
ବର୍ତମାନ ପାଠପଢ଼ା ପାଇଁ ମୋବାଇଲ ଏକ ଜରୁରୀ ସାମଗ୍ରୀ ହୋଇପଡ଼ିଛି ।
କିଶୋର କିଶୋରୀଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ହାତରେ ରହିଛି ମୋବାଇଲ ।
ଏତଦ୍ବ୍ୟତୀତ ବର୍ତମାନ ଅନଲାଇନ ଓ ଏଆଇରେ ଶିକ୍ଷା ପ୍ରଦାନ କରାଯାଉଥିବାରୁ ପିଲାଙ୍କ ପାଇଁ ମୋବାଇଲ ଓ ସୋସିଆଲ ମିଡିଆ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ।
ହେଲେ ଅଧିକାଂଶ ସମୟରେ ପିଲାମାନେ ସୋସିଆଲ ମିଡିଆରେ ଅଧିକ ସମୟ ଅଯଥା ନଷ୍ଟ କରିବା ସହ ଏଣତେଣୁ ଦେଖି ବିଭ୍ରାନ୍ତ ହେଉଥିବା ଦେଖାଯାଉଛି ।
ଏଣୁ ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ସରକାର କଟକଣା ଲଗାଇବାକୁ ଚାହୁଁଛନ୍ତି । ଏଥିପାଇଁ ମଙ୍ଗଳବାର ସଂସଦରେ ବିଲ୍ ମଧ୍ୟ ପାରିତ ହୋଇଯାଇଛି ।
ପ୍ରସ୍ତାବିତ ଆଇନ ଜରିଆରେ ଏକ ସୁସ୍ଥ ପରିବେଶ ଗଠନର ଲକ୍ଷ୍ୟ ରଖାଯାଇ ସରକାର ଏଭଳି କଟକଣା ଲଗାଉଛନ୍ତି ବୋଲି କୁହାଯାଇଛି ।
ତଦନୁଯାୟୀ ଏଣିକି ଯେକୌଣସି ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର ଲାଗି ବୟସ ଯାଂଚ ବାଧ୍ୟତାମୂଳକ ହେବ ।
ବିଶେଷ କରି ଅନଲାଇନ ଗେମିଂ ପ୍ଲାଟଫର୍ମ ଆକାଉଂଟ ପ୍ରସ୍ତୁତିରେ କଟକଣା ଲାଗିବ ।
ବାପାମାଆଙ୍କ ଅନୁମତି ବିନା ଏଆଇ ଭିଡିଓ, ଫଟୋ ଓ ତଥ୍ୟ ବ୍ୟବହାର କରିପାରିବେ ନାହିଁ କିଶୋର କିଶୋରୀ ।
ଏଥିସହିତ ନାବାଳକ ନାବାଳିକାଙ୍କ କାର୍ଯ୍ୟକଳାପକୁ ଟ୍ରାକ କରାଯିବ ।
ଆପତିଜନକ ବିଷୟ ଥିଲେ ସେମାନଙ୍କ ଆକାଉଂଟ ବ୍ଲକ ହେବ ।
ସେହିଭଳି ପ୍ରୋଫାଇଲ ତିଆରି ଓ ବ୍ୟକ୍ତିଗତ ବିଜ୍ଞାପନ ଦେଖାଇବା ମଧ୍ୟ ନିଷେଧ ହେବ ।
ତେବେ ବାପମାଆଙ୍କ ଅନୁମତିରେ ପିଲାମାନେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ବୋଲି ଉକ୍ତ ବିଲରେ ସୁବିଧା କରାଯାଇଛି ।








