ରାଜସ୍ୱ ମନ୍ତ୍ରୀଙ୍କ ‘ଗଭୀର ଅବପାତ’ ସମୀକ୍ଷା
ଓଡ଼ିଶାରେ ‘ଅର୍ଣ୍ଣବ’ର ତାଣ୍ଡବ
ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ କ୍ରମେ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଆଉ କେତେ ଘଂଟା ପରେ ଏହା ଗଭୀର ଅବପାତରେ ପରିଣତ ହୋଇ ସ୍ଥଳଭାଗକୁ ଛୁଇଁବ ।
ଏଥିପାଇଁ ରାଜ୍ୟ ପ୍ରଶାସନ, ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରଣାଳୟ ଓ ବିଭାଗୀୟ କର୍ମଚାରୀ, ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି ବୋଲି ଭୁବନେଶ୍ୱରସ୍ଥିତ ଏସଆରସିଙ୍କ କାର୍ଯ୍ୟାଳୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଏଥିସହ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ‘ଅର୍ଣ୍ଣବ’ର ସ୍ଥଳଭାଗ ଛୁଇଁବା ଓ ଛୁଇଁବା ପରେ ମୁକାବିଲାର ପରିସ୍ଥିତିକୁ ନେଇ ସମୀକ୍ଷା ବୈଠକ ମଧ୍ୟ କରିଛନ୍ତି ।
ଏହି ବୈଠକରେ ରାଜସ୍ୱ ସଚିବ, ଆଂଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶିକା ଓ ସମସ୍ତ ପ୍ରଭାବିତ ଜିଲାର ଜିଲାପାଳମାନେ ମଧ୍ୟ ଉପସ୍ଥିତ ଥିଲେ ।
ସୂଚନାଥାଉ କି, ଅଣ୍ଣବ ଯୋଗୁଁ ଗତ ୨୪ ଘଂଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଛେଚି ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି । ଏହି କ୍ରମରେ ସିମିଳିଗୁଡ଼ାରେ ସର୍ବାଧିକ ୨୩୦.୨ମିମି ବର୍ଷା ହୋଇଥିବାବେଳେ କୋରାପୁଟର ବୋରିଗୁମ୍ମାରେ ୧୩୮.୨୨ ମିମି., ନନ୍ଦପୁରରେ ୧୨୧ ମିମି, କୋରାପୁଟରେ ୧୧୬.୪ ମିମି, ଲମତାପୁଟରେ ୧୦୪.୧ ମିମି ବର୍ଷା ହୋଇଛି ।
ସେହିଭଳି ବ୍ରହ୍ମପୁରରେ ୧୪୮.୨ମିମି., ଛତ୍ରପୁରରେ ୧୧୯.୪ମିମି., ତେନ୍ତୁଳିଖୁଂଟିରେ ୧୩୮ ମିମି., ନନ୍ଦାହାଣ୍ଡିରେ ୧୨୮ ମିମି. ବର୍ଷା ହୋଇଛି ।
ଅନୁରୂପ ଭାବେ ଉତର ଓଡ଼ିଶାର ବାଲେଶ୍ୱରେ ୧୨୬.୪ମିମି., ଉଦଳାରେ ୧୧୭.୩ ମିମି. ବର୍ଷା ହୋଇଛି ।








