ତୈଳ କମ୍ପାନୀ ପ୍ରତିନିଧିଙ୍କ ସହ ସମୀକ୍ଷା ବୈଠକ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ମରେ ତେଲ ସଂକଟ ଗୁରୁତର ହୋଇଛି । ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି ।
ଏହାକୁ ନେଇ ଆଜି ରାଜଧାନୀରେ ବିଭିନ୍ନ ତୈଳ କମ୍ପାନୀର ପ୍ରତିନିଧିମାନଙ୍କ ସହିତ ଯୋଗାଣ ମନ୍ତ୍ରୀ ବୈଠକ କରିଛନ୍ତି ।
ଲୋକସଭା ଭବନରେ ଯୋଗାଣ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ ଓ ଯୋଗାଣ ବିଭାଗ ସଚିବ ଏବଂ ତୈଳ କମ୍ପାନୀର ଅଧିକାରୀମାନେ ସାମିଲ ହୋଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚାନ କରିଛନ୍ତି ।
ରାଜ୍ୟରେ କେତେ ପରିମାଣରେ ତୈଳ ଓ ଗ୍ୟାସ ମହଜୁଦ ରହିଛି ସେନେଇ ଆଲୋଚନା ହୋଇଛି । ରାଜ୍ୟରେ କିଭଳି ତୈଳ ଓ ଗ୍ୟାସ ବିପଣନ କରାଯାଉଛି । ଉପଭୋକ୍ତା ଠିକ ଭାବେ ସେବା ପାଇପାରୁଛନ୍ତି କି ନାର୍ହି ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ।