‘ଇପିକଲ’ କାର୍ଯ୍ୟ ସମୀକ୍ଷା, ପୁଞ୍ଜିନିବେଶ ରୂପାୟନ ଉପରେ ଗୁରୁତ୍ୱ
‘ଇପିକଲ’ (ଇଣ୍ଡଷ୍ଟ୍ରି୍ର୍ର୍ରଆଲ ପ୍ରମୋସନ ଆଣ୍ଡ ଇନଭେଷ୍ଟମେଂଟ କର୍ପୋରେସନ ଅଫ୍ ଓଡ଼ିଶା ଲିମିଟେଡର ସମୀକ୍ଷ ବୈଠକ ଅନୁଷ୍ଠିତ ହୋଇଛି ।
ବୈଠକରେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ଆଲୋଚନାବେଳେ ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକର ବାସ୍ତବ ରୂପାୟନ ଉପରେ ଗୁରୁତ୍ୱ ଦିଆଯାଇଛି । ସମସ୍ତ ବିଭାଗୀୟ ନୋଡାଲ ଅଧିକାରୀଙ୍କୁ ଉଦ୍ୟୋଗୀ ମନୋଭାବ ଗ୍ରହଣ କରିବା ସହ ଶିଳ୍ପଗୁଡ଼ିକର ସହଜ କାର୍ଯ୍ୟକାରିତା ପାଇଁ ଅଧିକ ସକ୍ରିୟ ଭାବେ ସହାୟତା କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।
ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚାଲୁ ରହିଥିବା ଶିଳ୍ପଭିତିକ କାର୍ଯ୍ୟକଳାପର ଅଗ୍ରଗତି, ପ୍ରକଳ୍ପଗୁଡ଼ିକର କ୍ଷେତ୍ରସ୍ତରୀୟ ସ୍ଥିତି ଏବଂ ଆଗାମୀ ଦିନରେ ହେବାକୁ ଥିବା ନିବେଶ ରୋଡଶୋ ନେଇ ସମୀକ୍ଷା କରିଥିଲେ । ଏହା ସହ ରାଜ୍ୟରେ ‘ଇଜ ଅଫ ଡୁଇଙ୍ଗ ବିଜିନେଓ’ ବ୍ୟବସ୍ଥାରେ ସୁଧାର ଏବଂ ଶିଳ୍ପଗୁଡ଼ିକୁ ସାହାଯ୍ୟ କରିବା ପାଇଁ ସଫଳତାର ସହ କାର୍ଯ୍ୟକାରୀ ହୋଇଥିବା ଡିଜିଟାଲ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ।
ଓଡ଼ିଶାକୁ ସାରା ବିଶ୍ୱରେ ଅଗ୍ରଣୀ ପୁଞ୍ଜିନିବେଶ ସ୍ଥଳ ଭଳବେ ପ୍ରତିଷ୍ଠିତ କରିବା ଉପରେ ବୈଠକରେ ମନ୍ତ୍ରୀ ଜୋର ଦେଇଛନ୍ତି । ଏଥିପାଇଁ ତଥ୍ୟ ଆଧାରିତ ନିବେଶକ ଚୟନ, ଜିଲାସ୍ତରୀୟ ସଂସ୍ଥାଗୁଡ଼ିକ ମାଧ୍ୟମରେ ପ୍ରକଳ୍ପ ଅନୁଧ୍ୟାନ ଏବଂ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଆଉଟରିଚ କାର୍ଯ୍ୟକ୍ରମ ଆୟୋଜନ ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଇପିକଲର ପରିଚାଳନା ନିର୍ଦେଶକ ତତା ଶିଳ୍ପ ନିର୍ଦେଶିକା ଆବୋଲି ନରଭଣେଙ୍କ ସମେତ ଇପିକିଲର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।