ଷ୍ଟେସନରେ ସୁରକ୍ଷା ଦେବ ରୋବୋଟ
ରାଜ୍ୟ ସରକାର ସବୁ କ୍ଷେତ୍ରରେ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରି ବିକାଶ କରିବାକୁ ଚାହୁଁଛନ୍ତି ।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ରେଳ ଷ୍ଟେସନରେ ଏଆଇ ରୋବଟକୁ ନିୟୋଜିତ କରାଯାଇଛି ।
ଏବେ ଭୁବନେଶ୍ୱର ଷ୍ଟେସନରେ ରୋବଟ ‘ଡିଏସ ସି ଅର୍ଜୁନ’ ଯାତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରିବ ।
୭ଟି ୩୬୦ ଡିଗ୍ରୀ କ୍ୟାମେରା ସହ ନଜର ରଖିବ ଏହି ‘ଡିଏସସି ଅର୍ଜୁନ’ ।
ଏହା ଟ୍ରେନ ଆସିବା ପୂର୍ବରୁ ସୂଚନା ଦେବା ସହ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବ ।
ଏହା ସ୍ମାର୍ଟ ରେଳ ସୁରକ୍ଷା ଦିଗରେ ପୂର୍ବତଟ ରେଳର ନୂତନ ପଦକ୍ଷେପ ।








