ଜୁଲାଇ ପହିଲାରୁ ଓଡ଼ିଶାରେ ଏସଆଇଆର
ଆସନ୍ତା ଜୁଲାଇ ପହିଲା ଅର୍ଥାତ ୧ ତାରିଖରୁ ଏସଆଇଆର ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ ଗୋପାଳନ ସୂଚନା ଦେଇଛନ୍ତି ।
ଶ୍ରୀ ଗୋପାଳନ କହିଛନ୍ତି ଯେ ନିର୍ବାଚନ ଆୟୋଗକଙ୍କ ନିର୍ଦେଶ ଅନୁସାରେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଘନ ସଂଶୋଧନ ପ୍ରକ୍ରିୟା (ଏସଆଇଆର) ସମୟସୂଚୀ ଘୋଷଣା କରାଯାଇଛି । ଜୁଲାଇ ପହିଲାରୁ ଏହାର ଆରମ୍ଭ ହେବ ବୋଲି ସିଦ୍ଧାନ୍ତ ହୋଇଛି ।
ମେ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରିନଟିଂ, ପ୍ରସ୍ତୁତି ଓ ପ୍ରଶିକ୍ଷ କାର୍ଯ୍ୟ ସମ୍ପନ୍ନ କରାଯିବ । ପରେ ଅର୍ଥାତ ୩୦ ତାରିଖରୁ ଜୁନ୍ ୨୮ତାରିଖ ପର୍ଯ୍ୟନ୍ତ ବିଏଲଓମାନେ ଘରଘର ବୁଲି ପରିଦର୍ଶନ କରିବେ । ଜୁନ ୨୮ତାରିଖ ସୁଦ୍ଧା ମତଦାନ କେନ୍ଦ୍ରର ପୁନର୍ବିନ୍ୟାସ ହେବ । ପରେ ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ । ଜୁଲାଇ ୫ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତି ଦାଖଲ ସମୟସୀମା ଧାର୍ଯ୍ୟ ହୋଇଥିବାବେଳେ ଜୁଲାଇ ୫ରୁ ସେପ୍ଟେମବର ୨ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତିର ସମାଧାନ ହେବ । ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ଏବେ ସୁଦ୍ଧା ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ତରଫରୁ ମୋଟ ୨୭ହଜାର ୭୨୩ଜଣଙ୍କୁ ନିଯୁକ୍ତ କରଯାଇଛି । ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ ବିଏଲଓଙ୍କ ଜରିଆରେ ଦୁଇଟି ଲେଖାଁ ପୂର୍ବ ମୁଦ୍ରିତ ପରିଗଣନା ପର୍ମ (ସଂଲଗ୍ନ-୩) ଯୋଗାଇ ଦିଆଯିବ । ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲଓ ସଂଗଭ୍ରହ କରିବେ ଏବଂ ଦ୍ୱିତୀୟ ନକଲରେ ନିଜ ଦସ୍ତଖତ କରି ଭୋଟରଙ୍କୁ ରସିଦ ଭାବେ ଫେରସ୍ତ କରିବେ । ଯାହାକୁ ଭୋଟର ଭବିଷ୍ୟତ ପାଇଁ ସାଇତି ରଖିପାରିବେ ।
ଭୋଟରମାନେ ଚାହିଁଲେ ନିର୍ବାଚନ ଆୟୋଗଙ୍କ ସରକାରୀ ୱେବସାଇଟରୁ ଫର୍ମ ଡାଉନଲୋଡ କରିପାରିବେ ଓ ପୂରଣ ପରେ ସେହି ପୋର୍ଟାଲ ମାଧ୍ୟମରେ ଅପଲୋଡ଼ କରିପାରିବେ । ପରିଗଣନା ସମୟରେ ଭୋଟରଙ୍କଠାରୁ କୌଣସି ପ୍ରକାର ଅତିରିକ୍ତ ଦଲିଲପତ୍ର (ଡକ୍ୟୁମେଂଟ) ସଂଗ୍ରହ କରିବାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
ନିର୍ବାଚକଙ୍କଠାରୁ ମିଳିଥିବା ସଠିକ୍ ଫର୍ମ ଆଧାରରେ ହିଁ ନିର୍ବାଚକ ପଞ୍ଜିକରଣ ଅଧିକାରୀ (ଇଆରଓ) ଚିଠା ଭୋଟର ତାଲିକା ପ୍ରସ୍ତୁତ କରିବେ ବୋଲି ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆର ଏସ ଗୋପାଳନଙ୍କ ସମେତ ଅତିରିକ୍ତ ସିଇସ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ସିଇସ ଗୋପୀନାଥ କୁଅଁର, ବିତ ପରାମର୍ଶଦାତା ସଂଜୟ କୁମାର ଲୁଗୁନ, ଡେପୁଟି ସିଇଓ ଡ. ଲକ୍ଷ୍ମୀପ୍ରସାଦ ସାହୁ ଉପସ୍ଥିତ ଥିଲେ ।