ସୌମ୍ୟ ହତ୍ୟା, ଆଉ ୨ ଅଟକ
ସତ କହୁଛି କିଏ …, ୧୧ ଗିରଫ
ଗତ ଗୁରୁବାର ଖୋର୍ଦ୍ଧାର ବାଲିଅନ୍ତାରେ ଘଟଥିବା ରେଳବାଇ କନେଷ୍ଟବଳ ସୌମ୍ୟରଞ୍ଜନଙ୍କ ହତ୍ୟାକାଣ୍ଡରେ ପୁଲିସ ଆଉ ୨ ଜଣଙ୍କୁ ଅଟକ ରଖିଛି । ତେବେ ଏହି ହତ୍ୟାକାଣ୍ଡରେ ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି ।
ସୌମ୍ୟରଞ୍ଜନଙ୍କ ବାଇକ ଭାରସାମ୍ୟ ହରାଇ ଯୁବତୀଙ୍କ ସ୍କୁଟି ସହ ଧକ୍କା ହୋଇଥିଲା । ଏହି ସମୟରେ ଏହାକୁ ନେଇ ଯୁବତୀଙ୍କ ସହିତ ସୌମ୍ୟରଞ୍ଜନଙ୍କ ବଚସା ହୋଇଥିଲା । ତେବେ ସେହି ସମୟରେ ସେଠାରେ କିଛି ଲୋକ ଘଟଣାସ୍ଥଳକୁ ଆସିଥିଲେ । ସେମାନେ ଯୁବତୀଙ୍କ ପକ୍ଷ ନେଇ ସୌମ୍ୟରଞ୍ଜନଙ୍କୁ ଧକ୍କା ପେଲା କରିବା ସହ ଆକ୍ରମଣ କରିଥିଲେ । ଏଥିସହ ବିନା ୟୁନିଫର୍ମରେ ଥିବା ପିସିଆର ଷ୍ଟାଫ୍ ମଧ୍ୟ ସୌମ୍ୟରଞ୍ଜନଙ୍କୁ ପିଟିଥିଲେ ।
ଅନ୍ୟପଟେ ସୌମ୍ୟଙ୍କ ହତ୍ୟାକାଣ୍ଡରେ ମୁହଁ ଖୋଲିଛନ୍ତି ତାଙ୍କ ପିତା । ଚାକିରି ହରାଇଥଇବାରୁ ପୁଅ ଚାପରେ ଥିଲା ।
ପୁଅକୁ ଯେପରି ମାରିଲେ ତାହା ନିଶ୍ଚୟ ବର୍ବରତା ।
ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡବିଧାନ ପାଇଁ ସେ ଦାବି କରିଛନ୍ତି ।
ସେ ଆହୁରି ପ୍ରଶ୍ନ କରିଛନ୍ତି ଯେ, ମୋ ପୁଅକୁ ୪୦ରୁ ୫୦ ଜଣ ପିଟି ମାରିଦେଲେ, ଏତେ କମ ଗିରଫ କାହିଁକି ?
ତେଣେ ଏହି ହତ୍ୟାକାଣ୍ଡ ଘଟଣାରେ ପୁଲିସ ଏଯାବତ ୬ ଜଣଙ୍କୁ ଗିରଫ କରିସାରିଛି ।
ଗିରଫଦାରୀ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।
ପୂର୍ବରୁ ୫ ଜଣଙ୍କୁ ପୁଲିସ ଗିରଫ କରି ଝାରପଡ଼ା ଜେଲକୁ ପଠାଇ ଦେଇଛି ।