ନବୀନଙ୍କ ବିରୋଧରେ ବିଷ ଉଦଗାରିଲେ ସୌଭିକ
ନିଲମ୍ବନ ନୁହେଁ ବହଷ୍କାର କଲେ ଭଲ ହୋଇଥାନ୍ତା
ଗତ କିଛି ଦିନ ହେବ ରାଜ୍ୟ ରାଜନୀତିରେ ବହୁତ ନୂଆ ନୂଆ ରୋଚକ ଘଟଣାମାନ ଘଟିଚାଲିଛି ।
ଗତ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ହୋଇଥିଲା ଭୋଟିଂ । ଏଥିରେ ୪ର୍ଥ ଆସନ ପାଇଁ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଟକ୍କର ଦେବାକୁ ଓହ୍ଲାଇଥିଲେବିଜେଡି-ବିଜେପି କମନ ପ୍ରାର୍ଥୀ ଦତେଶ୍ୱର ହୋତା ।
ଦତେଶ୍ୱରଙ୍କୁ ଜିତାଇବା ପାଇଁ ବିଜେଡି ପକ୍ଷରୁ ଦଳୀୟ ବିଧାୟକଙ୍କ ପାଇଁ କ୍ରସ ଭୋଟିଂ ନ କରିବାକୁ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହ୍ୱିପ୍ ଜାରି କରିଥିଲେ ।
କିନ୍ତୁ ଏହାକୁ ଅମାନ୍ୟ କରି ଦଳର ୮ ଜଣ ବିଧାୟକ ଦିଲୀପଙ୍କ ସପକ୍ଷରେ କ୍ରସ ଭୋଟିଂ କରିବାରୁ ଦତେଶ୍ୱର ପରାସ୍ତ ହୋଇଥିଲେ । ଏହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ହୋଇଥିଲ । ଖୋଦ୍ ନବୀନ ପଟ୍ଟନାୟକ ମଧ୍ୟ ହତବାକ ହୋଇଥିଲେ ।
ତେବେ ଦଳର ହ୍ୱିପକୁ ନ ମାନି କ୍ରସ ଭୋଟିଂ କରିଥିବା ୮ ଜଣ ବିଧାୟକଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଲମ୍ବନ କରିଛନ୍ତି ।
ଅନ୍ୟପଟେ ନିଲମ୍ବନ ପରେ ଏହି ୮ ବିଜେଡି ବିଧାୟକ ଦଳ ଓ ଦଳର ସୁପି୍ରମୋ ନବୀନଙ୍କ ବିରୋଧରେ ଖୁଲମଖୁଲା ବିରୋଧ ପ୍ରକାଶ କରିଛନ୍ତି ।
ଗତ କିଛି ଦିନ ତଳେ ବାଙ୍କୀର ଯୁବ ବିଧାୟକ ଦେବୀ ରଂଜନ ତି୍ରପାଠୀ ଏକ ଶୋଭାଯାତ୍ରା କରି ହାତରେ ବିଜୁ ବାବୁଙ୍କ ପତାକା ଧରି ବିଜୁ ଲିଗାସୀ ସହିତ ଅଛନ୍ତି ବୋଲି ଦର୍ଶାଇ ଶକ୍ତି ପ୍ରଦର୍ଶନ କରିଥିଲେ ।
ରବିବାର ଆଉ ଜଣେ ନିଲମ୍ବିତ ବିଧାୟକ ତଥା ପୂର୍ବତନ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୁତ୍ର ସୌଭିକ ବିଶ୍ୱାଳ ପ୍ରେସ ମିଟ୍ କରି ନବୀନ ଓ ତାଙ୍କ ପୃଷ୍ଠପୋଷକରେ ଥିବା ଭି.କେ.ପାଣ୍ଡିଆନଙ୍କ ବିରୋଧରେ ବିଷ ଉଦଗାରିଛନ୍ତି ।
ସେ ତାଙ୍କ ପ୍ରତିକ୍ରିୟାରେ ତାଙ୍କୁ ନବୀନ ନିଲମ୍ବନ ନୁହେଁ ବହିଷ୍କାର କରିଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ।
ମାତ୍ର ବିନା କାରଣରେ ପିତା ପ୍ରଭାତ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ରାଜ୍ୟସଭା ଭୋଟିଂ ପୂର୍ବରୁ ନବୀନ ବାବୁ ମୋତେ ଡାକିଥିଲେ ।
ମୁଁ ଭାବିଥିଲି ଯେ, ବୋଧେ ବାପାଙ୍କ ପାଇଁ ମୋତେ କିଛି କହିବେ; କିନ୍ତୁ ସେ ମୋତେ ନିର୍ମାଲ୍ୟ ଛୁଆଇଁ ସଂପୃକ୍ତ ମିଶ୍ରଙ୍କୁ ଭୋଟ ଦେବାକୁ ଶପଥ କରାଇଥିଲେ ।
ମୁଁ କହିଥିଲି , ଏ ବିଷୟରେ ନିର୍ଣ୍ଣୟ ମୁଁ ନୁହେଁ ବାପା ନେବେ ।
କାରଣ ପୂର୍ବରୁ ସଂପୃକ୍ତ ବିଶ୍ୱାଳଙ୍କୁ ଦଳର ପ୍ରାର୍ଥୀ କରି ରାଜ୍ୟସଭାକୁ ନ ପଠାଇବାକୁ ନବୀନଙ୍କୁ ବାପା ମତ ରଖିଥିଲେ ।
ଏଥିସହ ଓଡ଼ିଶା ବାହାରେ କାହା ସ୍ୱାର୍ଥରେ ବିଜୁ-ନବୀନ ଟ୍ରଷ୍ଟ କରାଗଲା ତାକୁ ନେଇ ମଧ୍ୟ ନବୀନଙ୍କୁ ସୌଭିକ ପ୍ରଶ୍ନ କରିଛନ୍ତି ।
ଖାଲି ସେତିକି ନୁହେଁ ୧୯ ଦିନ ପରେ ଟ୍ରଷ୍ଟର ସତ୍ୟାସତ୍ୟ ବିଷୟରେ ଜାଣିବାକୁ ପାଇଥିଲି ବୋଲି ସେ କହିଛନ୍ତି ।