‘ଏଆଇଏଡିଏମକେ’ରେ ଫାଟ, ୨୫ ବିଧାୟକ ବିଦା
ସତେ ଯେପରି ତାମିଲନାଡୁ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି ।
ତାମିଲନାଡୁରେଏଆଇଏଡିଏକେରେ ଫାଟ ସୃଷ୍ଟି ହୋଇଛି । ଯାହାଦ୍ୱାରା ମହଙ୍ଗା ହେଲା ବିଜୟଙ୍କୁ ସମର୍ଥନ ।
ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମକେରେ ଦେଖା ଯାଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି । ବୁଧବାର ଏଆଇଏଡିଏମକେର ମରକ୍ଷକ୍ଷକ୍ଟଆ ଇଡାପାଡି କେ ପଲାନିସ୍ୱାମୀ ବିଦ୍ରୋହୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏସପି ଭେଲୁମଣି ଓ ସିଭି ଶନମୁଗମଙ୍କ ସମେତ ଏକାଧିକ ବିଦ୍ରୋହୀଙ୍କୁ ଦଳୀୟ ପଦରୁ ବହିଷ୍କାର କରିଛନ୍ତି ।
ଏହି ବିଦ୍ରୋହୀମାନେ ଆଜି ତାମିଲନାଡ଼ୁ ବିଧାନସଭାରେ ଦଳୀୟ ହ୍ୱିପକୁ ବେଖାତିର କରିଥିଲେ । ସେମାନେ ଟିଭିକେ ମୁଖ୍ୟ ବିଜୟଙ୍କୁ ଅସ୍ଥା ଭୋଟରେ ସମର୍ଥନ ଦେଇଥିଲେ । ଏହା ପରେ ଇପିଏସ ଦଳର ବିଭିନ୍ନ ପଦପଦବୀରେ ଥିବା ନେତାଙ୍କୁ ବହିଷ୍କାର କରିଛନ୍ତି ।
ମୋଟ ୨୯ଜଣ ଏଆଇଏଡିଏମକେ ନେତାଙ୍କୁ ଦଳର ବିଭିନ୍ନ ପଦରୁ ବହିଷ୍କାର କରାଯାଇଛି । ଏମାନଙ୍କ ମଧ୍ୟରେ ୧୩ଜଣ ବିଧାୟକ ଥିବା ଜଣାପଡ଼ିଛି । ଶନମୁଗମ ଓ ଭେଲୁମଣିଙ୍କ ବ୍ୟତୀତ ଏଆଇଏଡିଏମକେର ଆର କାମରାଜ, ସି ବିଜୟଭାସ୍କର, ଥାଙ୍ଗାମଣି, କେପି ଆନବାଝଗାନ, କେସି ବୀରମଣି ଓ ଏଆର ବିଜୟ ଭାସ୍କରଙ୍କୁ ସେମାନଙ୍କ ପଦବୀ ହଟାଇ ଦିଆଯାଇଛି ।
ଶନମୁଗମଙ୍କ ନେତୃତ୍ୱରେ ୨୫ଜଣ ଏଆଇଏଡିଏମକେ ବିଧାୟକ ଆଜି ଟିଭିକେ ସରକାରଙ୍କୁ ଆସ୍ଥା ଭୋଟରେ ସମର୍ଥନ କରିଥିଲେ । ଏଥିପାଇଁ ବିଜୟ ବେଶ ସହଜରେ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଖାଇ ପାରିଥିଲେ । ଟିଭିକେ ବିଧାନସଭା ନିର୍ବାଚନରେ ୧୦୮ ଆସନ ଜିତିଥିଲା ।
ଏହା ମଧ୍ୟରେ ବିଜୟଙ୍କ ଦୁଇଟି ଆସନ ରହିଛି । ଟିଭିକେ ୧୧୮ ମ୍ୟାଜିକ ନମ୍ବରଠାରୁ ଦୂରରେ ରହିଥିବାବେଳେ ଦଳକୁ କଂଗ୍ରେସ, ବାମଦଳ, ଆଇୟୁଏମଏଲ ଓ ଭିସିକେ ସମର୍ଥନ କରିଥିଲେ ।
ଆଜି ଆସ୍ଥା ଭୋଟ ସମୟରେ ଏଆଇଏଡିଏମକେର ଗୋଟିଏ ଗୋଷ୍ଠୀ ବିଜୟଙ୍କ ସପକ୍ଷରେ ଭୋଟ ଦେବାରୁ ସେ ୧୪୪ ବିଧାୟକଙ୍କ ସମର୍ଥନ ହାସଲ କରି ଆସ୍ଥା ପରୀକ୍ଷାରେ ସଫଳ ହୋଇଛନ୍ତି । କିନ୍ତୁ ଆସ୍ଥା ଭୋଟ ପରେ ଶନମୁଗମ ଖୋଲାଖୋଲି ଭାବେ ଇପିଏସଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ ।