ଭିସୁଟରେ ଛାତ୍ର ଆନ୍ଦୋଳନ
ସମ୍ବଲପୁରରେ ବିଭିନ୍ନ ସମସ୍ୟାର ସମାଧାନ ଦାବି ପାଇଁ ତେଜିଛନ୍ତି ଛାତ୍ର ।
ଏହି କ୍ରମରେ ଭିସୁଟରେ ଛାତ୍ରମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।
ବିଶେଷ କରି ସେମାନଙ୍କ ଅଭିଯୋଗୁ ଅନୁଯାୟୀ, ଦୀର୍ଘଦିନ ହେବ ଭିସୁଟରେ ହଷ୍ଟେଲ ସମସ୍ୟା ଲାଗି ରହିବା ସହିତ ସେମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି ।
ଏଥିସହ ବିଦ୍ୟାର୍ଥୀମାନଙ୍କୁ ୟୁନିଫର୍ମ ଦିଆଯାଇନାହିଁ ।
ଏହାକୁ ବିରୋଧ କରି ମଙ୍ଗଳବାର ଶତାଧିକ ଛାତ୍ର ଭିସୁଟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ବୁର୍ଲାସ୍ଥିତ ଭିସୁଟରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଉପରୋକ୍ତ ସମସ୍ୟାଗୁଡ଼ିକର ସମାଧାନ ଦାବିରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।