କ୍ରାଇମବ୍ରାଂଚରେ ଶରଣକୁଳ ନିଲମ୍ବିତ ଆଇଆଇସି ହାଜର
ଜନୈକା ମହିଳାଙ୍କୁ ଯୌନ ନିର୍ଯାତନା ଦେବା ନେଇ ରୁଜୁ ଏକ ମାମଲାରେ ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଶରଣକୁଳ ନିଲମ୍ବିତ ଆଇଆଇସି ସୁଜିତ କୁମାର ଦାସ କ୍ରାଇମବ୍ରାଂଚ ନିକଟରେ ମଙ୍ଗଳବାର ହାଜର ହୋଇଛନ୍ତି ।
ଜନୈକା ମହିଳାଙ୍କୁ ଯୌନ ନିର୍ଯାତନା ଦେବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।
ଡିଜିପିଙ୍କ ନିର୍ଦେଶରେ ଏହି ମାମଲାର ତଦନ୍ତ କ୍ରାଇମବ୍ରାଂଚ ସିଏଡବ୍ଲୁ୍ୟ କରୁଛି ।
ତଦନ୍ତରେ ସହଯୋଗ କରିବା ପାଇଁ ହାଇକୋର୍ଟ ନିର୍ଦେଶ ଦେଇଥିଲେ ।
ତଦନୁଯାୟୀ ନିଲମ୍ବିତ ଆଇଆଇସି ଶ୍ରୀ ଦାସ କ୍ରାଇମବ୍ରାଂଚ ନିକଟରେ ହାଜର ହୋଇଛନ୍ତି ।








