ଏନଏଚଆରସିରେ ତାମିଲନାଡୁ ଗ୍ୟାସ ଟ୍ରାଜେଡି
ବହୁ ଚର୍ଚ୍ଚିତ ତାମିଲନାଡ଼ୁ ଗ୍ୟାସ ଟ୍ରାଜେଡି ମାମଲା ଏବେ ଏନଏଚଆରସିରେ ପହଂଚିଛି । ମାନ୍ୟବର ଏନଏଚଆରସି ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ତାମିଲନାଡ଼ୁ ସରକାରଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି ।
ଏତଦ୍ବ୍ୟତୀତ ଏହି ମାମଲାରେ ମୃତକଙ୍କ ପରିବାରକୁ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ୨୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ନିମନ୍ତେ ସେମାନଙ୍କ ପରିବାରବର୍ଗ ଦାବି କରିଛନ୍ତି ।
ଏହି ଗ୍ୟାସ ଟ୍ରାଜେଡିରେ ଉକ୍ତ କମ୍ପାନୀରେ କାମ କରିବାକୁ ଯାଇଥିବା କେନ୍ଦୁଝର ଜିଲାର ୧୧ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୫ ଜଣ ଯୁବତୀ ଅଛନ୍ତି ।
ତାମିଲନାଡୁସ୍ଥିତ ଏମ/ଏସ ସେଂଟ ପିଟର ଆଣ୍ଡ ପାଉଲ ସି-ଫୁଡ୍ ଏକ୍ସିପୋର୍ଟ ପ୍ରା.ଲି. ନାମକ ଫ୍ୟାକ୍ଟ୍ରିରେ ଗତ ବୁଧବାର ବିଷାକ୍ତ ଆମୋନିଆ ଗ୍ୟାସ ନିର୍ଗତ ହେବାରୁ ସେଠାରେ ଉପସ୍ଥିତ କିଛି ଶ୍ରମିକ ଗୁରୁତର ହୋଇଥିବାବେଳେ ପରେ ୧୧ ଜଣ ପ୍ରାଣ ହରାଇସାରିଛନ୍ତି ।
ମୃତକଙ୍କ ମଧ୍ୟରେ ଓଡ଼ିଶାର କେନ୍ଦୁଝର ଜିଲାର ୭ ଜଣ ଅଛନ୍ତି ଯେଉଁମାନେ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି ।