ଓଡ଼ିଶାରେ ନୂଆ ଉପକୂଳ ରାଜପଥ କ୍ୟାବିନେଟରେ ମଞ୍ଜୁରୀ
ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ରାମେଶ୍ୱରୁ ପାରଦ୍ୱୀପ ପର୍ଯ୍ୟନ୍ତ ୧୬୩ କିଲୋମିଟର ଏହି ରାଜପଥ ନିର୍ମାଣ ହେବ ।
ଏହି ମେଗା ପ୍ରକଳ୍ପରେ ୮,୩୦୦.୭୯ କୋଟି ଟଙ୍କା ବ୍ୟୟ ହେବ । ନୂଆ ଉପକୂଳ ରାଜପଥ ରାମେଶ୍ୱରଠାରୁ ପାରାଦ୍ୱୀପରେ ପହଂଚିବ । ଖୋର୍ଦ୍ଦା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାକୁ ଏହି ରାସ୍ତା ଛୁଇଁବ । ରାମେଶ୍ୱରରୁ ପାରାଦ୍ୱୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥର ପ୍ରକଳ୍ପ ଅଂଶ ଓଡ଼ିଶାର ଖୋର୍ଦ୍ଦା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲା ଦେଇ ଗତି କରୁଛି ।
୧୬ ନମ୍ବର ଜାତୀୟ ରାଜପଥର ଏହା ହେଉଛି ସ୍ୱର୍ଣ୍ଣ ଚତୁର୍ଭୁଜର ଅଂଶ ଏବଂ ଏହା ପୂର୍ବରୁ ଏକ ୬ ଥାକିଆ ରାଜପଥ ଆଟେ, ଯାହା ଖୋର୍ଦ୍ଦା, ଭୁବନେଶ୍ୱର ଏବଂ କଟକ ପ୍ରମୁକ ସହର ଦେଇ ଗତି କରୁଛି ।
ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ରାମେଶ୍ୱର ଏବଂ ପରାଦ୍ୱୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ ଅଢ଼େଇ ଘଂଟା ହ୍ରାସ ପାଇବାର ଆଶା କରାଯାଉଛି ।