ବର୍ଷାରେ ଭିଜିବ ରଥ !
୧୭ରୁ ସାରା ରାଜ୍ୟରେ ଅଧିକ ବର୍ଷିବ
ଆସନ୍ତା ୧୬ ତାରିଖରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ।
ହେଲେ ତା’ ପୂର୍ବରୁ ଏକ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା କାଲି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସାର ବର୍ଷା ଲାଗି ରହିବ ।
ଆଜି କେଉଁଝର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ଆଲର୍ଟ କରାଯାଇଛି ।
ଏଥିସହ ୧୪ ଜିଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆସନ୍ତା କାଲି ଠାରୁ ବର୍ଷାର ପରିମାଣ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।