ଟିଭିରେ ପ୍ରସାରଣ ହେବ ‘ଫିଫା ବିଶ୍ୱକପ’
ଭାରତୀୟ ଫୁଟବଲପ୍ରେମୀଙ୍କ ପାଇଁ ଖୁସି ଖବର ଶୁଣାଯାଇଛି ।
ଆମେରିକା, କାନାଡା ଓ ମେକ୍ସିକୋରେ ଚଳିତ ଜୁନ ୧୧ରୁ ଜୁଲାଇ ୧୯ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଫୁଟବଲ ମହାକୁମ୍ଭ ଫିଫା ଫୁଟବଲ ବିଶ୍ୱକପ-୨୦୨୬ର ମ୍ୟାଚ ଭାରତରେ ପ୍ରସାରଣ ହେବ । ଜି ଏଂଟରଟେନମେଂଟ ଏଂଟରପ୍ରାଇସ ଲିମିଟେଡ (ଜିଲ)କୁ ଫିଫା ପକ୍ଷରୁ ଭାରତରେ ପ୍ରସାରଣ ଅଧିକାର ମିଳିଛି ।
ଜିଲiର ୟୁନାଇଟ ୮ ସ୍ପୋର୍ଟସ ଏବଂ ଷ୍ଟ୍ରିମ ପ୍ଲାଟଫର୍ମ ଜି-୫ରେ ଭାରତରେ ଫିଫା ଫୁଟବଲ ବିଶ୍ୱକପ ସିଧା ପ୍ରସାରଣ ହେବ । ୩୫ ନିୟୁତ ଆମେରିକୀୟ ଡଲାରରେ ଭାରତରେ ଫିଫା ଫୁଟବଲ ବିଶ୍ୱକପ ପ୍ରସାରର ନେଇ ଜି ଏଂଟରଟେନମେଂଟ ଏଂଟରପ୍ରାଇସ ଲିମିଟେଡ ଅଧିକାର ପାଇଛି ।
ଫିଫା ଓ ଜି ଏଂଟରଟେନମେଂଟ ଏଂଟରପ୍ରାଇସ ଲିମିଟେଡ ମଧ୍ୟରେ ସୋମବାର ୮ବର୍ଷୀୟା ଚୁକ୍ତି ହୋଇଛି । ଚୁକ୍ତିନାମା ଅନୁଯାୟୀ ଜିଲ ଫିଫା ବିଶ୍ୱକପ ୨୦୨୬ ସହ ୨୦୩୦ ଫିଫା ବିଶ୍ୱକପ ୨୦୨୭ ଫିଫା ମହିଳା ଫୁଟବଲ ବିଶ୍ୱକପ, ୧୭ବର୍ଷରୁ କମ ଫୁଟବଲ ବିଶ୍ୱକପ, ୧୭ବର୍ଷରୁ କମ ମହିଳା ପୁରୁଷ ଓ ମହିଳା ଫୁଟବଲ ବିଶ୍ୱକପ, ପୁଟସାଲ ବିଶ୍ୱକପ, ଫୁଟସାଲ ମହିଳା ବିଶ୍ୱକପ ଭାରତରେ ପ୍ରସାରଣ ପାଇଁ ଅଧିକାର ପାଇଛି ।
ଭାରତୀୟ ଫୁଟବଲପ୍ରେମୀ ଫୁଟବଲ ବିଶ୍ୱକପକୁ ଉପଭୋଗ କରିବାର ସୁଯୋଗ ପାଇବେ ବୋଲି ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୁନିତ ଗୋଏଙ୍କା କହିଛନ୍ତି । ଜଣାପଡ଼ିଛି ଯେ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ମୋଟ ୧୦୪ଟି ମ୍ୟାଚ ଖେଳାଯିବ ।