ରୋଗୀ ମଲେ ସରକାର ଦାୟୀ : ଓମସା
ରାଜ୍ୟ ବ୍ୟାପି ଡାକ୍ତରଙ୍କ ଧର୍ମଘଟ ଜାରି ରହିଛି ।
ଏଥିଯୋଗୁଁ ରୋଗୀ ସେବା ବ୍ୟାହତ ଘଟୁଛି ।
ରୋଗୀ ସେବା ନ ପାଇ ହତାଶ ହୋଇ ଘରକୁ ଫେରୁଛନ୍ତି ।
ଆଉ କେତେକ ରୋଗୀ ଚିକିତ୍ସା ଆଶାରେ ଡାକ୍ତରଖାନାରେ ତଳେ ବାରଣ୍ଡାରେ ଅସହାୟ ଭାବେ ଡାକ୍ତରଙ୍କ ବାଟ ଚାହିଁ ରହିଥିବା ଦେଖାଯାଉଛି ।
ତେବେ ସରକାର ସେମାନଙ୍କ ୧୦ ଦଫା ଦାବି ପୂରଣ ସମେତ ହସ୍ପିଟାଲରେ ଡ୍ୟୁଟି ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କଲେ କାମରେ ଯୋଗ ଦେବେ ବୋଲି ଧାରଣାରତ ଡାକ୍ତରମାନେ କାମରେ ଯୋଗ ଦେବେ ବୋଲି କହି ଧାରଣା ଜାରି ରଖିଛନ୍ତି ।
ସେମାନଙ୍କ ଧାରଣା ଶୁକ୍ରବାର ତୃତୀୟ ଦିନରେ ପହଂଚିଛି ।
ତେବେ ଆଲୋଚନା ପାଇଁ ଓମସା ସର୍ବଦା ପ୍ରସ୍ତୁତ ହୋଇ ରହିଛି । ହେଲେ ସରକାର ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି ।
ଏଣୁ ଏହି ଆନେ୍ଦାଳନ ସମୟରେ ଡାକ୍ତରଖାନାରେ ଯଦି କୌଣସି ରୋଗୀଙ୍କ ମୃତୁ୍ୟ ଘଟେ ତା’ହେଲେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଓମସା ସଭାପତି ଚେତାବନୀ ଦେଇଛନ୍ତି ।
ଏଥିସହ ସ୍ୱାସ୍ଥ୍ୟ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନକୁ ଓମସା କେବେ ବି ଡରିନି ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।