ବିଜୁ ଯୁବ ଓ ଛାତ୍ର କର୍ମକର୍ତାଙ୍କ ସମୂହ ଇସ୍ତଫା
କଟକ ରାଜନୀତି କ୍ରମଶଃ ସରଗରମ ହେବାକୁ ଲାଗିଛି । ଏହା ମୁଖ୍ୟତଃ ରାଜ୍ୟସଭା ନିର୍ବାଚନ ପରଠୁ ପରିଲକ୍ଷିତ ହୋଇଛି ।
ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଓ ଛାତ୍ର କମିଟିର ସମସ୍ତ କର୍ମକର୍ତା ବୁଧବାର ଦଳର ପ୍ରାଥମିକ ସଭ୍ୟ ପଦରୁ ସାମୁହିକ ଇସ୍ତଫା ଦେଇଥିବା ଜଣାପଡ଼ିଛି ।
ପରେ ସେମାନେ କହିଛନ୍ତି ଯେ ଆମ୍ଭମାନଙ୍କ ପ୍ରିୟ ନେତା ତଥା ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ସତ୍ୟ କରିବାଦ୍ୱାରା ଦଳପତି ତାଙ୍କୁ ବହିଷ୍କୃତ କରିଛନ୍ତି ।
ଯାହାକି ଆମ୍ଭ ପ୍ରତ୍ୟେକଙ୍କ ମନୋବଳକୁ ଆଘାତ ଦେଇଛି । ତାଙ୍କ ପ୍ରତି ଏଭଳି ଅବିଚାର ଓ ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ଆମ୍ଭେମାନେ ସହ୍ୟ କରିପାରୁ ନାହୁଁ । ତେଣୁ ନିଜ ଆଦର୍ଶ ନେତାଙ୍କ ସମ୍ମାନ ରକ୍ଷା ନିମିତ ଏବଂ ଅନ୍ୟାୟ ବିଚାରର ପ୍ରତିବାଦସ୍ୱରୂପ ଆମ୍ଭେ ପ୍ରତ୍ୟେକ କର୍ମକର୍ତା ବୁଧବାର ବିଜୁ ଜନତା ଦଳର ସମସ୍ତ ପଦପଦବୀ ଓ ପ୍ରାଥମିକ ସଭ୍ୟପଦରୁ ସମୂହ ଇସ୍ତଫା ପ୍ରଦାନ କରୁଛୁ ।
ଯାହାକି ଆମ୍ଭମାନଙ୍କ ଆଦର୍ଶ ନେତାଙ୍କ ପ୍ରତି ଉପଯୁକ୍ତ ସମ୍ମାନ ହେବ ।