ଖୋଲିଲା ହୀରାକୁଦ ଗେଟ
ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲାରେ ଥିବା ପ୍ରମୁଖ ଓ ଶାଖା ନଦୀଗୁଡ଼ିକର ଜଳସ୍ତର ବଢ଼ିଛି ।
କେତେକ ନଦୀର ଜଳସ୍ତର ବିପଦ ସଂକେତ ଟପିସାରିଛି ।
ତେଣେ ଛତିଶଗଡ଼ର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ହୋଇସାରିଛି ।
ଏହି ବନ୍ୟାଜଳକୁ ଛତିଶଗଡ଼ ଛାଡ଼ିବାରୁ ଓଡ଼ିଶା ସରକାରଙ୍କ ନିର୍ଦେଶ ଓ ଜଳ ସମ୍ପଦ ବିଭାଗର ସୁପାରିଶ କ୍ରମେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ହୀରାକୁଦର ପ୍ରଥମ ଗେଟ୍କୁ ଖୋଲିଛନ୍ତି ।
ଫଳରେ ମୋଟ ୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।
ବାମ ପାଶ୍ୱର୍ରେ ୩ଟି ଓ ଡାହାଣ ପାଶ୍ୱର୍ରେ ଗୋଟିଏ ଗେଟ୍ରେ ଜଳ ନିଷ୍କାସିତ ହେଉଛି । ଆଜି ଆଉ ୫ଟି ଗେଟ ଖୋଲିବା ନେଇ ସୂଚନା ହସ୍ତଗତ ହୋଇଛି ।