ବିଜେଡିରୁ ବିଦା ହେଲେ ‘ମଣ୍ଡଳ’ ଦମ୍ପତି
ମଞ୍ଜୁଲତା ମଣ୍ଡଳ ଓ ମୁକ୍ତିକାନ୍ତ ମଣ୍ଡଳ ବିଜେଡିରୁ ନିଲମ୍ବିତ
ଗତ କିଛି ଦିନ ହେବ ବିଜେଡିରେ ଚାଲିଛି ନିଲମ୍ବନ ପର୍ବ ।
ରାଜ୍ୟସଭା କ୍ରସ ଭୋଟିଂ ପାଇଁ ୬ ଜଣ ବିଧାୟକଙ୍କୁ ଦଳ ନିଲମ୍ବନ କରିବା ପରେ ସୋମବାର ଦଳ ବିରୋଧୀ କାର୍ଯ୍ୟ ପାଇଁ ମଣ୍ଡଳ ଦମ୍ପତିଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଲମ୍ବନ କରିଛନ୍ତି । ଏନେଇ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।
୨୦୧୯ରେ ଭଦ୍ରକ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ମଞ୍ଜୁଲତା ମଣ୍ଡଳ । ସେହିପରି ୨୦୧୪ରେ ଧାମନଗର ବିଧାୟକ ଭାବେ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ନିିର୍ବାଚିତ ହୋଇଥିଲେ । ଦିନେ ଉପକୂଳରେ ଭଦ୍ରକରେ ଦବଦବା ରଖିଥିବା ଏହି ମଣ୍ଡଳ ଦମ୍ପତିଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି ।
ତାଙ୍କର ଏଭିଳ ଦଳ ବିରୋଧୀ କାର୍ଯ୍ୟ ପାଇଁ ଭଦ୍ରକର କେତେକ ପୁରୁଣା ନେତା ଓ କର୍ମୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇବା ପରେ ସେ ଏହି ଆକ୍ସନ ନେଇଛନ୍ତି ।
ବିଶେଷ କହି ଏହି ମଣ୍ଡଳ ଦମ୍ପତି ଭିତିରିଆ ଶାସକ ବିଜେପି ସହିତ ସମ୍ପର୍କ ରଖିଥିବା ସୂଚନା ପାଇଁ ଏହି ନିଲମ୍ବନ କରାଯାଇଛି ।