ବିଶାଳ ରୋଡ ସୋ’ରେ ପ୍ରଧାନମନ୍ତ୍ରୀ
ପଶ୍ଚିମବଙ୍ଗରେ ଆସନ୍ତା ୨୯ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଏବେ ଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଛି ।
ଏହି କ୍ରମରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାୱଡ଼ାଠାରେ ଏକ ବିଶାଳ ରୋଡ ସୋ’ରେ ଯୋଗ ଦେଇ ଜନତାଙ୍କୁ ହାତ ହଲାଇ ଅଭିବାଦନ କରିବା ସହ ବିଜେପି ପ୍ରାର୍ଥୀଙ୍କୁ ସେମାନଙ୍କ ବହୁମୂଲ୍ୟ ଭୋଟ ଦେବାକୁ ଆହ୍ୱାନ କରିଛନ୍ତି ।
ଏହି ସମୟରେ ସେଠାରେ ନିର୍ବାଚନକୁ ଓହ୍ଲାଇଥିବା ବିଜେପି ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରିଛନ୍ତି ।
ତେବେ ଦୀର୍ଘ ବର୍ଷ ଧରି ପଶ୍ଚିମବଙ୍ଗରେ ଲୋକଙ୍କ ବହୁ ସମସ୍ୟା ରହିଛି । ବିଜେପି ଏଥର ସେଠାରେ ନିର୍ବାଚନ ଜିତିଲେ ଏହି ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଶ୍ୱାସନା ଦେଇଛନ୍ତି ।