ଓଡ଼ିଶା ନାଗରିକ ମଂଚର ଅଭୁ୍ୟଦୟ
ଗୋଟିଏ ମଂଚରେ ଏକାଠି ବିଜୁପ୍ରେମୀ
ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଆଜି ପୁଣି ରାଜ୍ୟରେ ଉଠିଛି ବିଜୁ ଲିଗାସୀର ଅସଲି ଦାୟଦଙ୍କ ମଧ୍ୟରେ ଟକ୍କର ।
ବିଜୁ ବାବୁଙ୍କ ଜୀବନାଦର୍ଶ ପ୍ରତି ଅନୁପ୍ରାଣୀତ ହୋଇ ଗୋଟିଏ ମଂଚରେ ଏକାଠି ହୋଇଛନ୍ତି ବିଜୁ ଅନୁଗତ । ଆଉ ଆଜି ରାଜ୍ୟରେ ଅଭୁ୍ୟଦୟ ଘଟିଛି ଏକ ନୂତନ ରାଜନୈତିକ ମଂଚ ତାହା ହେଉଛି ଓଡ଼ିଶା ନାଗରିକ ମଂଚ ।
ଆଜି ଭୁବନେଶ୍ୱରସ୍ଥିତ ଓୟୁଟି ଅଡିଟୋରିୟମରେ ଅନୁଷ୍ଠିତ ଏକ ବିଶାଳ ସମାବେଶରେ ଏହି ମଂଚରେ ଅଛନ୍ତି ପୂର୍ବତନ ବରିଷ୍ଠ ବିଧାୟକ ତଥା ମନ୍ତ୍ରୀ ବିଜୟ ମହାପାତ୍ର, ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ସଦ୍ୟ ଭାବେ ରାଜ୍ୟସଭାକୁ ମନୋନୀତ ହୋଇଥିବା ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ସମେତ ଅମର ଶତପଥୀ, ପ୍ରଭାତ ତି୍ରପାଠୀ, ପ୍ରଭାତ ବିଶ୍ୱାଳ ଏବଂ ନିକଟ ଅତୀତରେ ବିଜେଡିରୁ ନିଲମ୍ବିତ ହୋଇଥିବା ବାଙ୍କୀ ବିଧାୟକ ଦେବୀ ତି୍ରପାଠୀ , ଅରବିନ୍ଦ ରାୟ, ସନାତନ ମହାକୁଡ଼ଙ୍କ ସମେତ ବହୁ ପୁରୁଖା ରାଜନେତା ।
ଏହି ସଭାରେ ବିଭିନ୍ନ ଦଳର ବହୁ ପୁରୁଖା ରାଜନେତା, ଆଇନଜୀବୀ ଓ ବୁଦ୍ଧିଜୀବୀମାନେ ସାମିଲ ହୋଇ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।